ପଶ୍ଚିମବଙ୍ଗ ଫେରନ୍ତା ଗସ୍ତ ସମ୍ପର୍କରେ ନ ଲୁଚାଇବାକୁ ରାଜ୍ୟ ସରକାରଙ୍କ ପରାମର୍ଶ

ଭୁବନେଶ୍ୱର: ପଶ୍ଚିମବଙ୍ଗରୁ ଫେରିଥିବା ଲୋକମାନେ ସେମାନଙ୍କ ଗସ୍ତ ସମ୍ପର୍କରେ ନ ଲୁଚାଇବାକୁ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପରାମର୍ଶ ଦେଇଛି। ସେମାନେ ନମୁନା ପରୀକ୍ଷା ପାଇଁ ଆସିବାକୁ ପରାମର୍ଶ ଦିଆଯାଇଛି।

ପଶ୍ଚିମବଙ୍ଗରୁ ଆସିଥିବା ବ୍ୟକ୍ତିମାନେ ସୁସ୍ଥ ଅନୁଭବ କରୁଥିଲେ ମଧ୍ୟ ସେମାନେ କରୋନା ଦ୍ୱାରା ସଂକ୍ରମଣ ହୋଇ ପାରିଥାନ୍ତି। ଏହାଦ୍ୱାରା ସେମାନେ ଅନ୍ୟମାନଙ୍କୁ ସଂକ୍ରମିତ କରିବାର ଆଶଙ୍କା ରହିଛି। ତେଣୁ ପଶ୍ଚିମବଙ୍ଗରୁ ଆସିଥିବା ବ୍ୟକ୍ତିମାନେ ହୋମ୍‌ ଆଇସୋଲେସନରେ ରହିବା ସହ ସ୍ଥାନୀୟ ବିଡିଓ, ତହସିଲଦାର କିମ୍ବା ସରପଞ୍ଚଙ୍କ ସହ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଛି।


ଏଥିପାଇଁ ସ୍ୱାସ୍ଥ୍ୟ ବିଭାଗର ହେଲ୍‌ପ୍‌ଲାଇନ୍‌ ନମ୍ବର ୧୦୪, ୨୪ ଘଣ୍ଟା ଖୋଲା ରହିଛି। ଯଦି ସେମାନଙ୍କଠାରେ ଥଣ୍ଡା ଓ କାଶର ଲକ୍ଷଣ ଅନୁଭୂତ ହେଉଥାଏ ତେବେ ଡାକ୍ତରୀ ପରାମର୍ଶ ପାଇଁ ୧୦୪ ନମ୍ବରରେ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଛି।

You might also like