• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ଭୁବନେଶ୍ୱର: ଲକ୍‌ଡାଉନ୍‌ ନିୟମକୁ ରାଜ୍ୟର ୯୦ ପ୍ରତିଶତ ଲୋକ ଠିକ୍‌ ମାନୁଛନ୍ତି। କିନ୍ତୁ ବାକି ୧୦ ପ୍ରତିଶତ ଲୋକ ଏହାକୁ ଏତେ ଗୁରୁତ୍ୱର ସହ ନେଇ ନଥିବାରୁ ବାକି ୯୦ ପ୍ରତିଶତ ବିପଦରେ ପଡ଼ିବାର ଆଶଙ୍କା ରହିଛି। ତେଣୁ ସେ ୧୦ ପ୍ରତିଶତଙ୍କୁ ସାବାଡ଼ କରିବାକୁ ମୁଖ୍ୟମନ୍ତ୍ରୀ ପୋଲିସକୁ କହିଛନ୍ତି।

ଏପର୍ଯ୍ୟନ୍ତ ଲକ୍‌ଡାଉନ୍ ଭାଙ୍ଗିବା ନେଇ ୧୫୦୦ରୁ ଅଧିକ ମାମଲା ରୁଜୁ କରାଯାଇଥିବାବେଳେ ପ୍ରାୟ ୧୪୦୦ଙ୍କୁ ଗିରଫ କରାଯାଇଥିବା ଡିଜିପି ସୂଚନା ଦେଇଛନ୍ତି। ଏପରି ଆଉ ନକରିବା ପାଇଁ ଡିଜି ଲୋକମାନଙ୍କୁ ନିବେଦନ କରିଛନ୍ତି।

ତେବେ ଉଲ୍ଲଂଘନକାରୀଙ୍କ ପ୍ରତି ପୋଲିସ କଠୋର ହେବେ କିନ୍ତୁ ଦୁର୍ବ୍ୟବହାର ନକରିବାକୁ ପୋଲିସକୁ ନିର୍ଦ୍ଦେଶ ଦିଆଯାଇଥିବା ସେ କହିଛନ୍ତି। ପୋଲିସ ଡିଜିଙ୍କ ସୂଚନା ଅନୁସାରେ, ଲକ୍‌ଡାଉନ୍ ପାଇଁ ଅଧିକ ୭ଶହ ଏସ୍ଆଇ, ୧୬୨ ପ୍ଲାଟୁନ ଫୋର୍ସ ଓ ୧ ହଜାରରୁ ଅଧିକ ଗାଡ଼ି ନିୟୋଜିତ ହୋଇଛି।

ସେହିପରି ହୋମ୍ କ୍ୱାରେଣ୍ଟାଇନ ନିୟମ ଭାଙ୍ଗିଲେ ନିଆଯାଉଛି କଡ଼ା କାର୍ଯ୍ୟାନୁଷ୍ଠାନ। କୌଣସି ସନ୍ଦିଗ୍ଧ, ହୋମ୍ କ୍ୱାରେଣ୍ଟାଇନ ପାଳନ ନକଲେ ଅନ୍ୟମାନେ କରୋନା ସଂକ୍ରମିତ ହେବା ଆଶଙ୍କା ଥିବାରୁ ସେମାନଙ୍କ ବିରୋଧରେ ମାମଲା ରୁଜୁ କରାଯାଉଛି ବୋଲି ପୋଲିସ ଡିଜି ଅଭୟ ସୂଚନା ଦେଇଛନ୍ତି। ଏପର୍ଯ୍ୟନ୍ତ ହୋମ୍ କ୍ୱାରେଣ୍ଟାଇନ ଭାଙ୍ଗିବା ନେଇ ବିଭିନ୍ନ ଥାନାରେ ୬୧ଟି ମାମଲା ରୁଜୁ ହୋଇଛି।

Coronavirus-update-by-odisha-dgp-abhay-on-measures-taken-by-police-for-lockdown
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories