କରୋନା ଭାଇରସ୍‌ ମୁକାବିଲା ପାଇଁ ରାଜ୍ୟ ସରକରାଙ୍କ ତତ୍ପରତା

ନୂଆଦିଲ୍ଲୀ: କରୋନାରୁ ମୁକାବିଲା ପାଇଁ ତତ୍ପରତା ଦେଖାଇଛନ୍ତି ରାଜ୍ୟ ସରକାର। ଏନେଇ ଆଜି ରାଜ୍ୟ ସ୍ୱାସ୍ଥ୍ୟ ସଚିବ ସବୁ ଜିଲ୍ଲା ଚିକିତ୍ସାଧିକାରୀଙ୍କ ସହ ଆଲୋଚନା କରିବେ। କରୋନାକୁ ନେଇ ଜିଲ୍ଲା ଚିକିତ୍ସାଳୟରେ କ’ଣ ସବୁ ବ୍ୟବସ୍ଥା ହୋଇଛି ? ସ୍ୱତନ୍ତ୍ର ୱାର୍ଡ ଖୋଲିବା ଏବଂ ଲୋକଙ୍କୁ ଏହି ସକ୍ରମଣ ସମ୍ପର୍କରେ ଅବଗତ କରିବାକୁ ବୈଠକରେ ଆଲୋଚନା ହେବ।  ଗତକାଲି କରୋନା ସ୍ଥିତି ସମୀକ୍ଷା ପାଇଁ କେନ୍ଦ୍ର କ୍ୟାବିନେଟ୍ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା।

ଅନ୍ୟପଟେ ଚୀନ୍‌ର ଉହାନରୁ ଭାରତୀୟ ନାଗରିକଙ୍କୁ ଉଦ୍ଧାର କରାଯିବାକୁ ନିଷ୍ପତ୍ତି ହୋଇଛି। ଏନେଇ ଚୀନ୍ ସରକାରଙ୍କ ସହ ଆଲୋଚନା କରିବେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରାଳୟ। ଏହି ଉଚ୍ଚସ୍ତରୀୟ ବୈଠକରେ ସ୍ୱାସ୍ଥ୍ୟ, ବୈଦେଶିକ ବ୍ୟାପାର, ବେସାମରିକ ବିମାନ ଚଳାଚଳ, ଶ୍ରମ, ପ୍ରତିରକ୍ଷା, ସୂଚନା ଓ ପ୍ରସାରଣ ଆଦି ବିଭାଗର ସଚିବମାନେ ଯୋଗଦେଇଥିଲେ। ଏବେ ସୁଦ୍ଧା ୧୩୭ଟି ବିମାନର ପ୍ରାୟ ୨୯ ହଜାର ୭ଶହ ଯାତ୍ରୀଙ୍କ ସ୍କ୍ରିନିଂ ହୋଇଛି। ଏବଂ ୧୨ ଜଣ ଯାତ୍ରୀଙ୍କ ନମୁନାକୁ ପୁଣେ ସ୍ଥିତ ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଭାଇରଲୋଜିକୁ ପଠାଯାଇଛି। ତେବେ ବର୍ତ୍ତମାନ ସୁଦ୍ଧା କୌଣସି ଯାତ୍ରୀ କରୋନା ସଂକ୍ରମିତ ନଥିବା ଜଣାପଡ଼ିଥିବା କେନ୍ଦ୍ର କ୍ୟାବିନେଟ୍ ସଚିବଙ୍କୁ ଅବଗତ କରାଯାଇଛି।

You might also like