କରୋନାକୁ ନେଇ କେଉଁଠି କେମିତି କଟକଣା

ଭୁବନେଶ୍ୱର: ଓଡ଼ିଶାରେ କରୋନା ପଜିଟିଭ ବାହାରିବା ପରେ ରାଜ୍ୟ ସରକାର କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଜନଗହଳି, ଭିଡକୁ ରୋକିବା ପାଇଁ ଜାରି ହେଇଛି ଗାଇଡ ଲାଇନ୍‌। କେବଳ ଭୁବନେଶ୍ୱରରେ କରୋନା ପଜିଟିଭ ରୋଗୀ ବାହାରି ଥିଲେ ମଧ୍ୟ ସାରା ରାଜ୍ୟରେ ସଚେତନତା ଜାରି କରାଯାଇଛି। ଜାଣନ୍ତୁ କେଉଁଠି ଜାରି ହୋଇଛି କିପରି କଟକଣା।

-ଆଜିଠାରୁ ରାଉରକେଲା ସହରରେ ଥିବା ସମସ୍ତ ସପିଂ ମଲ୍, କୋଚିଂ ସେଣ୍ଟର ବିବାହ ମଣ୍ଡପ ସବୁ ବନ୍ଦ ହେବ। କରୋନାକୁ ନେଇ ଏମିତି ପଦକ୍ଷେପ ନେଇଛି ରାଉରକେଲା ମହାନଗର ନିଗମ । ମହାନଗର ନିଗମ ପକ୍ଷରୁ ଟୋଲ ଫ୍ରି ନମ୍ବର ୧୦୪ ମଧ୍ୟ ଖୋଲା ରହିଛି। ଯେଉଁମାନେ ବିଦେଶକୁ ଯାଇଥିବେ ବା ଫେରିଥିବେ ତାଙ୍କ ଉପରେ ମଧ୍ୟ ନଜର ରଖାଯାଇଛି l ଏନେଇ ଗତକାଲି ମହାନଗର ନିଗମ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି l

-ବାଲଶ୍ୱରରେ କରୋନା ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ବ୍ୟାପକ ପ୍ରସ୍ତୁତି କରିଛି । ସହରର ଜିମ୍, ପାର୍କ, ସ୍କୁଲ, କଲେଜ ବନ୍ଦ କରାଯିବା ସହ ୧୦ ସପିଂ ମଲକୁ ବନ୍ଦ କରିବା ପାଇଁ ତାଗିଦ କରାଯାଇଛି। ଏହାଛଡ଼ା ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନସ୍ଥଳୀ, ଦେବାଳୟ, ବସଷ୍ଟାଣ୍ଡ, ଜନଗହଳିପୂର୍ଣ୍ଣ ସ୍ଥାନରେ ନଜର ରଖିବାକୁ ସ୍ପେଶାଲ ସ୍କ୍ୱାଡ ଗଠନ କରାଯାଇଛି।  ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ଜିଲ୍ଲା ପ୍ରଶାସନ ଏଭଳି ପଦକ୍ଷେପ ନେଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି

– ପୁରୀ ଜିଲ୍ଲାରେ କରୋନା ମୁକାବିଲା ପାଇଁ ହୋଟେଲିଅର ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଛି। ରାଜ୍ୟ ବାହାରୁ ବୁକିଂ କରୁଥିବା ପର୍ଯ୍ୟଟକଙ୍କ ବୁକିଂ କ୍ୟାନ୍ସେଲ କରିବା ସହ ହୋଟେଲରେ କୌଣସି ସଭା ସମିତି ପାଇଁ ଅନୁମତି ନଦେବାକୁ କୁହାଯାଇଛି ।

-ଜଗତସିଂହପୁରର ପ୍ରସିଦ୍ଧ ମାଆ ଶାରଳାଙ୍କ ମନ୍ଦିରରେ ୧୪୪ ଧାରା ଜାରି ହୋଇଛି । ମନ୍ଦିରର ଦକ୍ଷିଣ ଓ ପଶ୍ଚିମ ଦ୍ୱାର ବନ୍ଦ ରହିବ କେବଳ ସିଂହଦ୍ୱାର ବାଟେ ଭକ୍ତ ଓ ସେବାୟତ ଯାତାୟତ କରିବେ । ମାଆଙ୍କ ସିଂହାସନ ନିକଟକୁ ଯିବାକୁ ବାରଣ କରାଯାଇଛି। ୩ରୁ ୪ଜଣ ସେବାୟତ କିମ୍ବା ଭକ୍ତ ମନ୍ଦିରର ବେଢାରେ ଏକାଠି ଛିଡ଼ା ହୋଇପାରିବେ ନାହିଁ।

-ସେପଟେ କେନ୍ଦ୍ରାପଡ଼ା ବଳଦେବଜୀଉ ମନ୍ଦିରରେ ବି କଟକଣା ଜାରି ହୋଇଛି ମାର୍ଚ୍ଚ ୩୧ ପଯର୍ୟନ୍ତ ଅରୁଣସ୍ତମ୍ଭ କି ଗରୁଡ଼ସ୍ତମ୍ଭ ଛୁଇଁ ପାରିବେନି ଭକ୍ତ ସେବାୟତ ମାସ୍କ ବ୍ୟବହାର କରିବେ ମନ୍ଦିରରେ ପ୍ରବେଶ ପୂର୍ବରୁ ଭକ୍ତଙ୍କୁ ହ୍ୟାଣ୍ଡ ଓ୍ୱାସ ଯୋଗାଇ ଦିଆଯିବ

-ସେହିପରି ପାରାଦୀପରେ ମଧ୍ୟ ୧୪୪ ଧାରା ଜାରି ହୋଇଛି। ସିବିଚ୍ ନେହେରୁ ବଙ୍ଗଳାରେ ୧୪୪ ଧାରା ଜାରି କରିଛି ପାରାଦୀପ ପ୍ରଶାସନ । ଏହାଛଡ଼ା ସପିଂମଲ, ଯାତ୍ରୀ ନିବାସ, କଲ୍ୟାଣମଣ୍ଡପ, ସିନେମା ହଲ ବନ୍ଦ ରଖାଯାଇଛି।

You might also like