କରୋନା ସତର୍କତା: ବନ୍ଦ ରହିବ ଦନ୍ତ ଚିକିତ୍ସାଳୟ
ରାଉରକେଲା: ଏବେ କରୋନା ଭାଇରସ୍ ସଂକ୍ରମଣ ରୋକିବା ଲାଗି ସବୁ କ୍ଷେତ୍ରରେ ଉଦ୍ୟମ କରାଯାଉଥିବା ବେଳେ ରାଜ୍ୟ ଡେଣ୍ଟିଷ୍ଟ ସଂଘ ପକ୍ଷରୁ ମଧ୍ୟ କେତେକ ପଦକ୍ଷେପ ନିଆଯାଇଛି।
ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଘରୋଇ ଦନ୍ତ ଚିକିତ୍ସକମାନେ ସେମାନଙ୍କ କ୍ଲିନିକ୍ ବନ୍ଦ ରଖିବାକୁ ସଂଘ ପକ୍ଷରୁ ନିବେଦନ କରାଯାଇଛି। ରାଉରକେଲାସ୍ଥିତ ଇଣ୍ଡିଆନ୍ ମେଡିକାଲ ଆସୋସିଏସନ୍ ଅଫିସ୍ରେ ସଂଘର ଏକ ବୈଠକ ବସି ଏହି ନିଷ୍ପତ୍ତି ନିଆଯାଇଛି।
ତେବେ ଜରୁରୀକାଳୀନ ସ୍ଥିତିରେ ଡେଣ୍ଟିଷ୍ଟମାନେ ଉପଯୁକ୍ତ ପ୍ରତିଷେଧକ ନେଇ ଅପରେସନ୍ କରାଯିବ ବୋଲି ସଂଘ କହିଛି।