• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Abinash Pati

ଭୁବନେଶ୍ୱର: ରାଜ୍ୟର ପଞ୍ଚମ କରୋନା ଆକ୍ରାନ୍ତଙ୍କ ପରିଚୟ ପ୍ରକାଶ କଲା ଭୁବନେଶ୍ୱର ମହାନଗର ନିଗମ। ଜନହିତ ପାଇଁ ପରିଚୟ ଜଣାଇବା ଜରୁରୀ ବୋଲି କହିଲେ ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ।

ପଞ୍ଚମ କରୋନା ଆକ୍ରାନ୍ତଙ୍କ ନାଁ ପ୍ରଦୀପ୍ତ ଦଳବେହେରା। ତାଙ୍କ ଘର ସୂର୍ଯ୍ୟନଗର ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି। ଭୁବନେଶ୍ୱର ୟୁନିଟ-୭ ସୂର୍ଯ୍ୟନଗର ସ୍ଥିତ ପ୍ଲଟ ନମ୍ବର ୩୭ରେ ତାଙ୍କ ଘର ବୋଲି କୁହାଯାଇଛି। ଆକ୍ରାନ୍ତ ବ୍ୟକ୍ତିଙ୍କ ପରିଚୟ ଜାଣାଇବା ସହିତ ସ୍ଥାନକୁ ସିଲ୍ କରାଯାଇଛି। ପଞ୍ଚମ ଆକ୍ରାନ୍ତଙ୍କ ଘର ସୂର୍ଯ୍ୟ ନଗର ସମସ୍ତ ପ୍ରବେଶ ଓ ପ୍ରସ୍ଥାନ ରାସ୍ତା ବନ୍ଦ ପାଇଁ ଘୋଷଣା କରାଯାଇଛି।

ଗୋପବନ୍ଧୁ ଛକରୁ LIC ଛକ ଓ LIC ଛକରୁ ଗଙ୍ଗନଗର ଛକ ପର୍ଯ୍ୟନ୍ତ ସିଲ୍‌ କରିଦିଆଯାଇଛି। ଗଙ୍ଗ ନଗର ଛକରୁ ଶିରିପୁର ଛକ ଓ ଶିରିପୁର ଛକରୁ ଗୋପବନ୍ଧୁ ଛକ ସିଲ୍‌ ହୋଇଛି। ସଂପୃକ୍ତ ସମସ୍ତ ଅଞ୍ଚଳକୁ ନିଷିଦ୍ଧାଞ୍ଚଳ ଘୋଷଣା କଲା BMC ।

ସଂପୃକ୍ତ ବ୍ୟକ୍ତିଙ୍କର କିଛି ବିଦେଶ ଗସ୍ତ କି ଅନ୍ୟ ରାଜ୍ୟ ଗସ୍ତ ବି ନଥିଲା। ତାଙ୍କ ପରିଚୟ ଜଣାଇବା ସହ ସ୍ଥାନୀୟ ଲୋକଙ୍କୁ ସତର୍କ କଲା ବିଏମ୍ସି।

ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ୧୦୪ରେ ପଞ୍ଜିକରଣ କରି ୧୪ ଦିନ ହୋମ୍ କ୍ୱାରେଣ୍ଟାଇନରେ ରହନ୍ତୁ। କିଛି ଲକ୍ଷଣ ଦେଖାଗଲେ ସରକାରୀ ନିୟମ ମୁତାବକ କାର୍ଯ୍ୟ କରନ୍ତୁ ବୋଲି ବିଏମ୍ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି।

https://youtu.be/PRUkAC7QnLY

 

Coronavirus-patient-name-disclosed-by-bhubaneswar-municipal-corp-ward-sealed
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories