ନିଜାମୁଦ୍ଦିନ ଧର୍ମସଭାରୁ ଫେରିଥିବା ଆଉ ୨ ଯାଜପୁରରୁ ଚିହ୍ନଟ

ଭୁବନେଶ୍ୱର:  ଦିଲ୍ଲୀ ନିଜାମୁଦ୍ଦିନ ତବଲିଗି ଜମାତ ଧର୍ମୀୟ ସଭାରୁ ଫେରିଥିବା ଆଉ ୨ ଜଣଙ୍କୁ ଓଡ଼ିଶାରୁ ଚିହ୍ନଟ କରାଯାଇଛି। ଗତକାଲି କେନ୍ଦ୍ରାପଡାରୁ ଜଣଙ୍କୁ ଚିହ୍ନଟ କରାଯାଇଥିବାବେଳେ ଅନ୍ୟଜଣଙ୍କୁ ଯାଜପୁର ବିଞ୍ଝାରପୁର ଅଞ୍ଚଳରୁ ଠାବ କରାଯାଇଥିଲା।

ଆଜି ପୁଣି ଯାଜପୁର ଜିଲ୍ଲାରୁ ଆଜି ୨ ଜଣଙ୍କୁ ଚିହ୍ନଟ କରାଯାଇଛି। ବର୍ତ୍ତମାନ ସୁଦ୍ଧା ଯାଜପୁର ଜିଲ୍ଲାରୁ ୩ ଜଣଙ୍କୁ ଚିହ୍ନଟ କରାଯାଇଥିବା ଜିଲ୍ଲାପାଳ ରଞ୍ଜନ କୁମାର ଦାସ ସୂଚନା ଦେଇଛନ୍ତି।
ଦୁଇ ଜଣଙ୍କ ମଧ୍ୟରୁ ଜଣେ ରସୁଲପୁରର ଏବଂ ଅନ୍ୟଜଣେ ଧର୍ମଶାଳା ବ୍ଲକର ବୋଲି ଜଣାପଡ଼ିଛି। ସମସ୍ତ ୩ ଜଣଙ୍କ ସ୍ୱାବ୍ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଛି। ସଂକ୍ରମଣ ବଢ଼ିଯିବା ଆଶଙ୍କାରେ ଜିଲ୍ଲାର ଚାରିପାଖରୁ ସିଲ୍ କରି ଦିଆଯାଇଛି। ଭଦ୍ରକରୁ ଅନେକ ଲୋକ ଯାଜପୁର ଆସୁଥିବାରୁ ସଂକ୍ରମଣ ଆଶଙ୍କା ରହିଛି।

You might also like