ଲକ୍ ଡାଉନ୍ ଯୋଗୁ ଚାଲିଚାଲି ଉତ୍ତରପ୍ରଦେଶ ଫେରୁଛନ୍ତି କ୍ଷୁଦ୍ର ବ୍ୟବସାୟୀ
ରାୟଗଡ଼ା: ମହାମାରୀ କରୋନା ପାଇଁ ଦେଶବ୍ୟାପି ଲକ୍ଉନ ଫଳରେ କାମ ଅନ୍ୱେଷଣରେ ଅନ୍ୟ ରାଜ୍ୟରୁ ଆସିଥିବା ଲୋକେ ଜୀବନ ଜୀବିକା ପାଇଁ ହନ୍ତସନ୍ତ ହେଉଛନ୍ତି। ନିଜ ରାଜ୍ୟକୁ ଫେରିବାକୁ ଚାହୁଁଥିଲେ ମଧ୍ୟ ସବୁଠି ଗାଡ଼ି ମୋଟର ଚଳାଚଳ ବନ୍ଦ ଥିବାରୁ ଫେରିପାରୁନାହାନ୍ତି।
ରୁଦ୍ରାକ୍ଷ ଓ ମାଳି ବିକ୍ରି କରିବାକୁ ଉତ୍ତରପ୍ରଦେଶରୁ ରାୟଗଡା ଆସିଥିବା କ୍ଷୁଦ୍ର ବ୍ୟବସାୟୀ ଏବେ ଚାଲି ଚାଲି ନିଜ ଘରକୁ ଫେରୁଛନ୍ତି। ଲକ୍ ଡାଉନ ପରେ ବ୍ୟବସାୟ ପ୍ରଭାବିତ ହେବାରୁ ଘରମୁହାଁ ଏବେ ଏହି ପରିବାର। ସାଙ୍ଗରେ ପୁଣି ଏକ ଛୋଟ ଛୁଆ ମଧ୍ୟ ଅଛି। ପ୍ରତିଦିନ ଅଳ୍ପ ବାଟ ଚାଲି ଚାଲି ଥକା ନେଇ ଘରକୁ ଫେରିଯିବାର ଆଶା ରଖିଛନ୍ତି ଏହି ଦମ୍ପତି।