ଭୁବନେଶ୍ୱରରେ ସାମାଜିକ ଦୂରତ୍ୱ ନିୟମକୁ ଫୁ

ଭୁବନେଶ୍ୱର: ସାରା ଦେଶରେ ଏବେ ଜାରି ରହିଛି ୨୧ ଦିନିଆ ଲକ୍‌ଡାଉନ୍। ଲୋକଙ୍କୁ ଘରୁ ନବାହାରିବାକୁ ପରାମର୍ଶ ଦିଆଯାଇଛି। କିନ୍ତୁ ଖୋଦ୍ ରାଜଧାନୀ ଭୁବନେଶ୍ୱରରେ ନିୟମକୁ ଫୁ କରି ଲୋକେ ମୁହଁକୁ ମୁହଁ ଯୋଡ଼ି ମାର୍କେଟିଂ କରୁଛନ୍ତି।

ଭୁବନେଶ୍ୱର ୪ ନମ୍ବର ମାଛ ମାର୍କେଟର ଲୋକଙ୍କ ଭିଡ଼ ଦେଖିଲେ ଲୋକେ କିଭଳି ସାମାଜିକ ଦୂରତ୍ୱ ଉପରେ ଗୁରୁତ୍ୱ ଦେଉଛନ୍ତି ତାହା ସ୍ପଷ୍ଟ ଜଣାପଡ଼ୁଛି। ଆଜି ରବିବାର ଆମିଷ ବାରି ଥିବାରୁ ମାଛ, ମାଂସ କିଣିବାକୁ ଲୋକଙ୍କ ମଧ୍ୟରେ ପ୍ରବଳ ଗହଳି ଦେଖିବାକୁ ମିଳିଛି।

ଅଧିକାଂଶଙ୍କ ମୁହଁରେ ମାସ୍କ ନାହିଁ କି ହାତରେ ଗ୍ଲୋବ୍ସ ନାହିଁ। ଲାଗି ଲାଗି ଛିଡ଼ା ହୋଇ ମାଛ କିଣୁଛନ୍ତି ଲୋକେ।  କେବଳ ଭୁବନେଶ୍ୱର ନୁହେଁ, ଭଦ୍ରକ, ମୟୂରଭଞ୍ଜର ଉଦଳା ଓ କଟକ ନିଆଳିସ୍ଥିତ ମାଛ ମାର୍କେଟରେ ମଧ୍ୟ ଆମିଷ ଦୋକାନରେ ଗ୍ରାହକଙ୍କ ପ୍ରବଳ ଭିଡ଼ ହୋଇଥିବା ଦେଖିବାକୁ ମିଳିଛି।

You might also like