• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Abinash Pati

ଭୁବନେଶ୍ୱର: ଲକଡାଉନ୍‌ କଟକଣା ବେଳେ ରାଜ୍ୟର ସମସ୍ତ ସହରାଞ୍ଚଳରେ ଅତ୍ୟାବଶ୍ୟକ ସାମଗ୍ରୀ ଉପଲବ୍ଧ କରାଇବା ନେଇ ଜାରି ହେଲା ନୂଆ ଗାଇଡାଇନ୍। ଗୃହ ନିର୍ମାଣ ଓ ସହରାଞ୍ଚଳ ବିକାଶ ବିଭାଗ ପକ୍ଷରୁ ଏହି ଗାଇଡ୍‌ ଲାଇନ୍‌ ଜାରି ହୋଇଛି। ନୂଆ ନିୟମ ଅନୁସାରେ, ଗ୍ରୋସେରୀ , ପରିବା ଓ କ୍ଷୀର ଆଦି ସାମଗ୍ରୀ ଲାଗି ବିଭିନ୍ନ ସ୍ଥାନରେ ଲୋକଙ୍କ ଭିଡ଼ ଜମୁଥିବାରୁ ଏହାକୁ କମାଇବାକୁ ରାତି ବେଳା ମଧ୍ୟ ଦୋକାନ ଖୋଲା ରହିବାକୁ  କୁହାଯାଇଛି। ସେହିଭଳି ବଡ଼ ବଜାର, ହାଟ ସବୁକୁ ଖୋଲାସ୍ଥାନକୁ ସ୍ଥାନାନ୍ତର ନିର୍ଦ୍ଦେଶ ଦିଆଯାଇଛି।

ସାମାଜିକ ଦୂରତ୍ୱ ପାଇଁ ପ୍ରତ୍ୟକ ଦୋକାନ ସାମ୍ନାରେ ଗୋଲ ବୁଲାଇବାକୁ ପଡ଼ିବ। ସମସ୍ତ ସହରାଞ୍ଚଳରେ ଗ୍ରୋସରୀ, ପରିବା, ଫଳ, ଔଷଧର ହୋମ୍ ଡେଲିଭରି ପାଇଁ ମଧ୍ୟ ପଦକ୍ଷେପ ଗ୍ରହଣ କରିବାକୁ କୁହାଯାଇଛି। ଏ ନେଇ ରାଜ୍ୟ ମୁଖ୍ୟ ଶାସନ ସଚିବ ରାଜ୍ୟର ସବୁ ଜିଲ୍ଲାର କଲେର, ଜିଲ୍ଲା ମାଜିଷ୍ଟ୍ରେଟନ ତଥା ପୌର ନିଗମ କମିଶନରରମାନଙ୍କୁ ଚିଠି ଲେଖି ଜଣାଇଛନ୍ତି।

ସେହିଭଳି କଟକ ଭୁବନେଶ୍ୱର ଟ୍ୱିନ ସିଟିରେ ମଧ୍ୟର ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି କରୁଥିବା ଦୋକାନ ଖୋଲିବା ସମୟ ଉପରେ କଟକଣାକୁ ହଟାଇ ନିଆଯାଇଛି। ଭିଡ଼କୁ ଦୃଷ୍ଟିରେ ବ୍ୟବସାୟୀମାନେ ଯେପର୍ଯ୍ୟନ୍ତ ଚାହିଁବେ, ସେ ପର୍ଯ୍ୟନ୍ତ ଦୋକାନ ଖୋଲା ରଖିପାରିବେ ବୋଲି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି।

https://youtu.be/3ieEBoSg6V4

Coronavirus-lockdown-no-timing-for-shops-selling-essential-commodities
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories