ଜୁନ ୧୫ରୁ ସ୍କୁଲରେ ମିଳିବ ମଧ୍ୟାହ୍ନ ଭୋଜନ

ଭୁବନେଶ୍ୱର: କରୋନା ଭୟାବହତା କମିବା ପରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ବହି ଦିଆଯିବ। ଆସନ୍ତା ଜୁନ ୧୫ରୁ ସ୍କୁଲରେ ମଧ୍ୟାହ୍ନ ଭୋଜନ ଦିଆଯିବ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି। ସେ କହିଛନ୍ତି ଯେ ଆସନ୍ତା ଜୁନ୍ ୧୫ରୁ ସ୍କୁଲରେ ପୁଣି ମଧ୍ୟାହ୍ନ ଭୋଜନ ଆରମ୍ଭ ହେବ।

୩ ମାସର ମଧ୍ୟାହ୍ନ ଭୋଜନ ବ୍ଲକ ଜରିଆରେ ପଠାଇ ଦିଆଯାଇଛି। ପ୍ରଥମରୁ ଅଷ୍ଟମ ଯାଏ ପାଠ ବହି ମଧ୍ୟ ବ୍ଲକ୍ ସ୍ତରରେ ପହଞ୍ଚି ସାରିଛି।  କରୋନା ଭୟାବହତା ଥମିବା ପରେ ବହି ଛାତ୍ରଛାତ୍ରୀଙ୍କୁ ବଣ୍ଟନ କରାଯିବ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି।

ନୂଆ ଶିକ୍ଷାବର୍ଷକୁ ଯିବା ପୂର୍ବରୁ ପିଲାମାନେ ଘରେ ରହି ପାଠ ପଢ଼ା ଜାରି ରଖିବାକୁ ସେ ପରାମର୍ଶ ଦେଇଛନ୍ତି। ନବମ ଶ୍ରେଣୀର ବାକି ଥିବା ଗୋଟିଏ ବିଷୟରେ ପରୀକ୍ଷା ନେଇ ଖୁବ ଶୀଘ୍ର ନିଷ୍ପତ୍ତି ନିଆଯିବ ବୋଲି ସେ ସୂଚନା ଦେଇଛନ୍ତି।

You might also like