ଲକ୍‌ଡାଉନ୍: ଖୋଲା ହେଲା ଏସବୁ ଦୋକାନ

ଭୁବନେଶ୍ୱର: ଲକ୍‌ଡାଉନ୍ ବେଳେ କଣ କଣ ଖୋଲା ରହିବ ? କେଉଁ ସବୁ ଦୋକାନକୁ ବନ୍ଦରୁ ବାଦ୍ ଦିଆଯିବ ? ଏହାର ପୁଣି ଏକ ତାଲିକା ପ୍ରସ୍ତୁତ କଲା ପ୍ରଶାସନ। ଏ ନେଇ ପୁଣି ଥରେ ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ଚିଠି କରିଛନ୍ତି ଗୃହ ସଚିବ ଅଜୟ ଭଲ୍ଲା।

ଏହି ତାଲିକା ଅନୁଯାୟୀ, ଅଙ୍ଗନବାଡ଼ି କର୍ମୀଙ୍କ ଦ୍ୱାରା ଗରିବ ହିତାଧିକାରୀ, ମହିଳା ଏବଂ ଶିଶୁଙ୍କ ପାଇଁ ଖାଦ୍ୟ ସାମଗ୍ରୀ ପ୍ରତି ୧୫ ଦିନରେ ପହଞ୍ଚାଇବା ବ୍ୟବସ୍ଥା କରାଯିବ ।  ହସ୍ପିଟାଲ୍, ଡିସ୍ପେନସାରୀ, ଆୟୂଷ ଉପକରଣ, ଔଷଧ ଦୋକାନକୁ ଖୋଲା ରଖାଯିବ।ସେହିଭଳି ଔଷଧୀୟ ଉପକରଣ ଏବଂ ଟେଲି, ମେଡିସିନ୍ ବ୍ୟବସ୍ଥା ଚାଲୁ ରହିବ ବୋଲି ଚିଠିରେ ଉଲ୍ଲେଖ ରହିଛି।

ସେହିଭଳି ଆୟୂଷ ମେଡିସିନ୍ ସମ୍ପର୍କୀୟ ସାମଗ୍ରୀ ପେକିଂ ପାଇଁ ବି ଅନୁମତି ମିଳିଛି। କିନ୍ତୁ ଏହୁ ସବୁ କ୍ଷେତ୍ରରେ ସାମାଜିକ ଦୂରତାକୁ ଗୁରୁତ୍ୱ ସହ ବଜାୟ ରଖିବାକୁ କୁହାଯାଇଛି। ଏହାପୂର୍ବରୁ ଏସବୁ ତଥ୍ୟ ନେଇ ଗତ ୨୪ ତାରିଖରେ ସ୍ପଷ୍ଟ କରିଥିଲା ଗୃହ ବିଭାଗ।

ଲକଡାଉନ୍‌ କଟକଣା ବେଳେ ରାଜ୍ୟର ସମସ୍ତ ସହରାଞ୍ଚଳରେ ଅତ୍ୟାବଶ୍ୟକ ସାମଗ୍ରୀ ଉପଲବ୍ଧ କରାଇବା ନେଇ  ଗାଇଡାଇନ୍ ଜାରି ହୋଇଥିଲା । ସେହି ଅନୁସାରେ, ଗ୍ରୋସରୀ , ପରିବା ଓ କ୍ଷୀର ଆଦି ସାମଗ୍ରୀ ଲାଗି ବିଭିନ୍ନ ସ୍ଥାନରେ ଲୋକଙ୍କ ଭିଡ଼ ଜମୁଥିବାରୁ ଏହାକୁ କମାଇବାକୁ ରାତି ବେଳା ମଧ୍ୟ ଦୋକାନ ଖୋଲା ରହିବାକୁ  କୁହାଯାଇଛି। ସେହିଭଳି ବଡ଼ ବଜାର, ହାଟ ସବୁକୁ ଖୋଲାସ୍ଥାନକୁ ସ୍ଥାନାନ୍ତର ନିର୍ଦ୍ଦେଶ ଦିଆଯାଇଥିଲା। ସେହପରି ସାମାଜିକ ଦୂରତ୍ୱ ପାଇଁ ପ୍ରତ୍ୟକ ଦୋକାନ ସାମ୍ନାରେ ଗୋଲ ବୁଲାଇବାକୁ କୁହାଯାଇଥିଲା

You might also like