ରାଜଧାନୀରେ ଯଥେଷ୍ଟ ପନିପରିବା ମହଜୁଦ ଅଛି କି?

ଭୁବନେଶ୍ୱର: ରାଜଧାନୀରେ ଆବଶ୍ୟକ ମୁତାବକ କଞ୍ଚା ପରିବା ମହଜୁଦ ନାହିଁ ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ୱର କଞ୍ଚା ପରିବା ବ୍ୟବସାୟୀ ସଂଘର ସଭାପତି। ରାଜ୍ୟ ସରକାର କରିଥିବା ୪୮ ଘଣ୍ଟିଆ ସଟ୍ ଡାଉନ ପରେ ଏଭଳି ସ୍ଥିତି ଦେଖିବାକୁ ମିଳିଥିବା ସେ କହିଛନ୍ତି।

ତାଙ୍କ କହିବା ଅନୁସାରେ, ବାହାର ରାଜ୍ୟରୁ ସଟ୍ ଡାଉନ ଯୋଗୁଁ ପରିବା ଆସିପାରୁନାହିଁ। ଫଳରେ ରାଜଧାନୀରେ ଆବଶ୍ୟକତାର ମାତ୍ର ୪୦ ପ୍ରତିଶତ ପରିବା ମହଜୁଦ ରହିଛି। ସେହିଭଳି ରାଜ୍ୟରେ ବି ଉତ୍ପାଦନ ହେଉଥିବା ପରିବା ଆବଶ୍ୟକତାକୁ ପୂରଣ କରିବାରେ ସମର୍ଥ ନୁହେଁ।

ଏହାବାଦ୍ ସରକାର ଏକ ନମ୍ବର ହାଟରୁ ରିଟେଲିଂ ବନ୍ଦ କରିଦେବା କାରଣରୁ ବେପାରୀଙ୍କୁ ବି ସମସ୍ୟା ହେଉଛି।  ଏପରିକି ବିଏମ୍‌ସି ଚିହ୍ନଟ କରିଥିବା ସମସ୍ତ ୬୮ଟି ସ୍ଥାନରେ ବି ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି ଆରମ୍ଭ ହୋଇପାରିନାହିଁ।

You might also like