ଅନ୍ତର୍ଜାତୀୟ ସ୍ତରରେ ଚମକିଲା ୩ ମିନିଟ୍‌ର ଓଡ଼ିଆ ଫିଲ୍ମ

ଭୁବନେଶ୍ୱର: କରୋନା ସଂକ୍ରମଣ ବେଳେ ଲକ୍‌ଡାଉନ୍ ସଚେତନତା ବାର୍ତ୍ତା ବହନ କରୁଥିବା କ୍ଷୁଦ୍ର ଓଡ଼ିଆ କଳାତ୍ମକ ଚଳଚ୍ଚିତ୍ର “ଅଭିଳାଷ” ଉଭୟ ଅନ୍ତର୍ଜାତୀୟ ଓ ଜାତୀୟ ସ୍ତରରେ ଚମକିଛି। ମାତ୍ର ୩ ମିନିଟ୍‌ ୨୬ ସେକେଣ୍ଡରେ ନିର୍ମିତ ଏହି ଫିଲ୍ମଟି ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲରେ ଶ୍ରେଷ୍ଠ ୬ ବିଜେତାଙ୍କ ମଧ୍ୟରେ ସ୍ଥାନ ପାଇ ପୁରସ୍କୃତ ହୋଇଛି। ସେହିପରି ବେଙ୍ଗଲ୍ ଲକଡାଉନ୍ ଫେଷ୍ଟିଭାଲରେ ଜାତୀୟସ୍ତରରେ ଶ୍ରେଷ୍ଠ ଫିଲ୍ମ ଆୱାର୍ଡ ଲାଭ କରିଛି।

ପଶ୍ଚିମବଙ୍ଗରେ ବେଙ୍ଗଲ ନ୍ୟାଶନାଲ୍ ଫିଲ୍ମ ଫେଷ୍ଟିଭାଲର ଆୟୋଜନ ହୋଇଥିଲା। ଏଥିରେ ସମ୍ଭାବ୍ୟ ୮୦ଟି ଫିଲ୍ମ ମଧ୍ୟରୁ ୬୦ ଫିଲ୍ମ ଜାତୀୟ ସ୍ତର ପାଇଁ ସ୍ଥାନ ପାଇଥିଲା। ଆଶିଷ ରାଉତ ଏହି ଫେଷ୍ଟିଭାଲର ନିର୍ଦ୍ଦେଶକ ରୂପେ ଦାୟିତ୍ଵ ବହନ କରିଥିଲେ। ମୁମ୍ବାଇ, ଓଡ଼ିଶା, ପଶ୍ଚିମବଙ୍ଗ, ଆମେରିକା ଓ ଆସାମର ବିଭିନ୍ନ ସ୍ଥାନରୁ ଏହି ଫେଷ୍ଟିଭାଲରେ ଅଂଶଗ୍ରହଣ କରିଥିଲେ। କଳାକାରଙ୍କ ନିଖୁଣ ଅଭିନୟ ଓ ଉଚ୍ଚକୋଟୀର ଚିତ୍ରତ୍ତୋଳନ ଶ୍ରେଷ୍ଠ ପୁରସ୍କାର ଜିତିବାରେ ମାପକାଠି ସାଜିଛି।

ଏହି ଫିଲ୍ମଟି ହିଞ୍ଜିଳିକାଟୁ ଓ ଏହାର ଆଖପାଖ ଅଞ୍ଚଳରେ ଶୁଟିଂ କରାଯାଇଛି। ହିଞ୍ଜିଳିକାଟୁର କଳା ଓ ନୃତ୍ୟ ଗବେଷଣା କେନ୍ଦ୍ର ନୃତ୍ୟମର ମୁଖ୍ୟ ସଞ୍ଚାଳକ ଗୁରୁ କୃଷ୍ଣଚନ୍ଦ୍ର ସାହୁଙ୍କ ବରିଷ୍ଠ ନିର୍ଦ୍ଦେଶନା ଓ ବହୁଦିନର ପରିଶ୍ରମ ଦ୍ୱାରା ଏହା ଜାତୀୟ ସ୍ତରରେ ଏକ ନୂତନ ପରିଚୟ ସୃଷ୍ଟି କରିଛି। ଭାରତର କୋଣ ଅନୁକୋଣରୁ ବହୁ ଚଳଚ୍ଚିତ୍ର ନିର୍ମାତାଙ୍କୁ ପଛରେ ପକାଇ ହିଞ୍ଜିଳିକାଟୁର “ଅଭିଳାଷ” ଫିଲ୍ମଟି ଶ୍ରେଷ୍ଠ ଚଳଚ୍ଚିତ୍ର ବର୍ଗରେ ପ୍ରଥମ ସ୍ଥାନ ଅଧିକାର କରିଛି।

ନୃତ୍ୟମ୍ ଅନୁଷ୍ଠାନର ଛାତ୍ର ଟି. ଶିବାଜୀ ଦାସଙ୍କ ନିଖୁଣ ଅଭିନୟ ହିଁ ଚଳଚ୍ଚିତ୍ରକୁ ଶ୍ରେଷ୍ଠ ବିବେଚିତ କରିବାରେ ପ୍ରମୁଖ ଭୂମିକା ବହନ କରିଛି। ଚଳଚ୍ଚିତ୍ର ସହକାରୀ ନିର୍ଦ୍ଦେଶକ ରଞ୍ଜନ କୁମାର ସାହୁ, କ୍ୟାମେରାମ୍ୟାନ୍- ଟି ଶ୍ରୀନିବାସ ଦାସ ଓ ଗୋପାଳ ମହାନ୍ତି “ଚଳଚ୍ଚିତ୍ର କଥାକାର” ଏବଂ ସୁମନ ଦାସଙ୍କ ବହୁଦିନର ପରିଶ୍ରମ ଦ୍ୱାରା ଆଜି ଛୋଟ ଏକ ସହରର କଳା ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଆଦୃତ ହୋଇପାରିଛି।

ସେହିପରି ଶୁଭମପୂର୍ବ ନିର୍ଦ୍ଦେଶନାରେ ନ୍ୟୁ ନର୍ମାଲ୍ ଇଣ୍ଟରନ୍ୟାଶନାଲ୍ ଫିଲ୍ମ ଚ୍ୟାଲେଞ୍ଜ ଗୁଜରାଟର ସୁରତରେ ଆୟୋଜିତ ହୋଇଥିଲା। ଏଥିରେ ବିଶ୍ୱର ୨୦ରୁ ଅଧିକ ଦେଶ ଭାଗ ନେଇଥିଲେ। ପ୍ରାୟ ୧୩୫ଟି ଫିଲ୍ମରୁ ୫୦ଟି ଫିଲ୍ମକୁ ଚୂଡ଼ାନ୍ତ ତାଲିକାରେ ସ୍ଥାନ ଦିଆଯାଇଥିଲା। ଆମେରିକା, ଅଷ୍ଟ୍ରେଲିଆ ଭଳି ଦେଶକୁ ପଛରେ ପକାଇ ହିଞ୍ଜିଳିକାଟୁର କ୍ଷୁଦ୍ର ଚଳଚ୍ଚିତ୍ର ‘ଅଭିଳାଷ’ ଟପ୍-୬ରେ ସ୍ଥାନ ପାଇ ପୁରସ୍କୃତ ହୋଇଛି।

ବର୍ତ୍ତମାନ ସୁଦ୍ଧା ଏହି ଫିଲ୍ମଟି ସିଆଇଏଫଏଫ୍‌ ଫିଲ୍ମ ଫେଷ୍ଟିଭାଲ୍‌, ଇଣ୍ଡିଆନ୍ ଗ୍ଲୋବାଲ୍ ଇଣ୍ଟରନ୍ୟାଶନାଲ୍ ଫିଲ୍ମ ଫେଷ୍ଟିଭାଲ୍‌, କୋଲକାତା ଅନଲାଇନ୍ ଇଣ୍ଟରନ୍ୟାଶନାଲ୍ ଫିଲ୍ମ ଫେଷ୍ଟିଭାଲ୍‌, ନୋୱାର୍ଡ ଇଣ୍ଟରନ୍ୟାଶନାଲ୍ ଫିଲ୍ମ ଫେଷ୍ଟିଭାଲ ପାଇଁ ମଧ୍ୟ ମନୋନୀତ ହୋଇସାରିଛି।

ରବି ସାହୁ, ପ୍ରଭାତ ମହାରଣା, ସୋମନାଥ ବେହେରା ଚଳଚ୍ଚିତ୍ରର ବିଭିନ୍ନ ବିଭାଗକୁ ସମ୍ଭାଳିଥିଲେ। ଚିମନ ସାହୁ, କେଶବ ମହାରଣା, ହରି ଚୌହାନ ପ୍ରମୁଖ ଚଳଚ୍ଚିତ୍ରର ନିର୍ମାଣରେ ବହୁ ସହଯୋଗ କରିଥିଲେ। ହିଞ୍ଜିଳିକାଟୁ ମାଟିର ଯୁବକମାନଙ୍କ ଏଭଳି ପ୍ରୟାସ ସହର ଓ ଜିଲ୍ଲା ପାଇଁ ଗର୍ବ ଗୌରବ ଆଣିଦେଇଛି। ପ୍ରଥମଥର ପାଇଁ ହିଞ୍ଜିଳିକାଟୁ ମାଟିର ଏକ ଚଳଚ୍ଚିତ୍ର ଜାତୀୟ ସ୍ତରରେ ଶ୍ରେଷ୍ଠ ଫିଲ୍ମ ବିବେଚିତ ହେବା ସହ ଅନ୍ତର୍ଜାତୀୟ ସ୍ତରରେ ଟପ୍-୬ରେ ସ୍ଥାନ ପାଇଥିବାରୁ ହୋଇଥିବାରୁ ପ୍ରଶଂସକ ମହଲ ଓ ବୁଦ୍ଧିଜୀବୀମାନଙ୍କ ତରଫରୁ ବହୁ ଶୁଭେଚ୍ଛା ବାର୍ତ୍ତା ମିଳିଛି।

ଓଡ଼ିଆ ନିର୍ଦ୍ଦେଶକଙ୍କ ଚଳଚ୍ଚିତ୍ର ଜାତୀୟ ସ୍ତରରେ ପୁରସ୍କୃତ

#ଓଡ଼ିଆ_ସର୍ଟଫିଲ୍ମ_ପୁରସ୍କୃତକିରୋନା ସଂକ୍ରମଣ ବେଳେ ଲକଡାଉନ୍ ସଚେତନତା ବାର୍ତ୍ତା ବହନ କରୁଥିବା କ୍ଷୁଦ୍ର କଳାତ୍ମକ ଚଳଚ୍ଚିତ୍ର "ଅଭିଳାଷ" ବେଙ୍ଗଲ ଲକଡାଉନ୍ ଫେଷ୍ଟିଭାଲରେ ଶ୍ରେଷ୍ଠ ପୁରସ୍କାର ପାଇଛି। ଏଥିରେ ଭାଗ ନେଇଥିବା ୮୦ଟି ଚଳଚ୍ଚିତ୍ରରୁ ୬୦ଟି ଜାତୀୟ ସ୍ତରକୁ ମନୋନୀତ ହୋଇଥିଲା। ଅଭିଳାଷ ଚଳଚ୍ଚିତ୍ରର ନିର୍ଦ୍ଦେଶକ ହେଉଛନ୍ତି ଓଡ଼ିଆ ପୁଅ କୃଷ୍ଣଚନ୍ଦ୍ର ସାହୁ। ଚଳଚ୍ଚିତ୍ରଟି ହିଞ୍ଜିଳିକାଟୁ ଓ ଏହାର ଆଖପାଖ ଅଞ୍ଚଳରେ ସୁଟିଂ କରାଯାଇଛି। #ShortFilmByOdiaDirector #ParalalMovie #FilmOnLockdown #Abhilash

OTV यांनी वर पोस्ट केले सोमवार, २७ जुलै, २०२०

ଆହୁରି ପଢ଼ନ୍ତୁ

କୋରାପୁଟରୁ କଟକ: ପୂରଣ ହେଲା ଆଦିବାସୀ ଝିଅର ସଙ୍ଗୀତ ସ୍ଵପ୍ନ

ଦିନକରେ ସୁସ୍ଥ ହେଲେ ୪୦୧୮ କରୋନା ଆକ୍ରାନ୍ତ

Bhubaneswar Corona News: ଭୁବନେଶ୍ୱରରୁ ୩୨୫ କରୋନା ଆକ୍ରାନ୍ତ ଚିହ୍ନଟ, ୨୧୮ ଲୋକାଲ କେସ୍

ଶ୍ରୀକୃଷ୍ଣଙ୍କ ପ୍ରେମରେ ବାୟା ଋଷିଆନ୍ ଦମ୍ପତି

‘ବିଜେଡିର ବିରୋଧ ପଛରେ ସିବିଆଇ ରେଡ୍’

ବୋହୂର ପିଲାପିଲି ନହେବାରୁ ଶ୍ୱଶୁର ଭିଆଇଲା ଏଭଳି କାଣ୍ଡ

ରାଜ୍ୟରେ କାହିଁକି ବଢ଼ୁଛି କରୋନା ସଂକ୍ରମଣ?

ଡାକ୍ତରଖାନା ଷ୍ଟ୍ରେଚରରେ ରୋଗୀଙ୍କୁ ଶୁଆଇ ସହର ବୁଲିଲେ ସଂପର୍କୀୟ

ରାଜ୍ୟସଭାରେ କୃଷି ବିଲ୍‌କୁ ବିରୋଧ କଲା ବିଜେଡି

ଘର ଭିତରୁ ମିଳିଲା ବାଘର କଟା ମୁଣ୍ଡ, ଛାଲ

‘ଧାର୍ମିକ ଭାବନାକୁ ଆଘାତ ଦେଇ ଫେସବୁକ୍‌ରେ ପୋଷ୍ଟ କରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ’

ଦିନକରେ ୧୦ ଆକ୍ରାନ୍ତଙ୍କ ମୃତ୍ୟୁ, ଓଡ଼ିଶାରେ ୭୦୦ ଟପିଲା କରୋନା ମୃତ୍ୟୁ ସଂଖ୍ୟା

You might also like