• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Abinash Pati

କୋଭିଡ୍- ୧୯ ଭୂତାଣୁ ଆକ୍ରାନ୍ତଙ୍କ ଚିକିତ୍ସା ଲାଗି ଭୁବନେଶ୍ୱର ଏମ୍ସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଏମ୍ସ ପରିସରରେ ଏକ ସ୍ୱତନ୍ତ୍ର ଆଇସୋଲେସନ ଓ୍ୱାର୍ଡ ପ୍ରସ୍ତୁତି କରାଯାଇଛି। ଆୟୁଷ ବିଲ୍ଡିଂରେ ଏହି ସ୍ୱତନ୍ତ୍ର କୋବିଡ୍ ଆକ୍ରାନ୍ତଙ୍କ ପାଇଁ ସ୍ୱତନ୍ତ୍ର ଆଇସୋଲେସନ ଓ୍ୱାର୍ଡ ପ୍ରସ୍ତୁତି କରାଯାଇଛି।

ଏଠାରେ ୩୦ଟି ବେଡ୍ ସହ ୧୦ଟି ଭେଣ୍ଟିଲେଟର ବ୍ୟବସ୍ଥା କରାଯାଇଛି। ଏହାସହ ୩୬ଟି ସ୍ୱତନ୍ତ୍ର କ୍ୟାବିନ୍ ବ୍ୟବସ୍ଥା କରାଯାଇଛି। ଏହାସହ ଗୋଟିଏ ସ୍ୱତନ୍ତ୍ର ବିଲ୍ଡିଂରେ ଆକ୍ରାନ୍ତଙ୍କ ପାଇଁ ପ୍ରାୟ ୧୫୦ଟି ବେଡ୍ ପ୍ରସ୍ତୁତ କରାଯାଇଛି।

ମେଟ୍ରୋ ହସ୍ପିଟାଲରେ ୨୦୬ଟି ବେଡ୍ ସହ ୨୦ଟି ଭେଣ୍ଟିଲେଟର ପ୍ରସ୍ତୁତ ରହିଛି। ଆସନ୍ତା ମାସକ ମଧ୍ୟରେ ଆହୁରି ୪୦ଟି ଭେଣ୍ଟିଲେଟର ବ୍ୟବସ୍ଥା କରାଯିବ। ଆକ୍ରାନ୍ତଙ୍କ ଚିକିତ୍ସା ଲାଗି ଏମ୍ସ ହସ୍ପିଟାଲରେ ଡାକ୍ତର,ନର୍ସ ସହ  ପାରାମେଡିକାଲ ଷ୍ଟାଫ୍‌ଙ୍କୁ ସ୍ୱତନ୍ତ୍ର ପ୍ରଶିକ୍ଷଣ ପ୍ରଦାନ କରାଯାଇଛି। ହସ୍ପିଟାଲର ସିକ୍ୟୁରିଟି ଗାର୍ଡଙ୍କୁ ମଧ୍ୟ ଏଥିଲାଗି ପ୍ରଶିକ୍ଷଣ ଦିଆଯାଇଛି।

ବର୍ତ୍ତମାନ ସ୍ଥିତିରେ ଆକ୍ରାନ୍ତଙ୍କ କିଭଳି ସୁରକ୍ଷିତ ଭାବେ ଚିକିତ୍ସା ହୋଇ ପାରିବ ଏ ନେଇ ଅଧିକ ଗୂରୁତ୍ୱ ଦିଆଯାଇଥିବା କହିଛନ୍ତି ଏମ୍ସ ନିର୍ଦ୍ଦେଶକ ଡାକ୍ତର ଗୀତାଞ୍ଜଳି ପଦ୍ମନାଭନ।

https://youtu.be/mge_DgxEgrg

Coronavirus-in-odisha-aiims-bhubaneswar-takes-special-measures-for-covid19-cases
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories