ଦୁବାଇ ଫେରନ୍ତା ଯୁବକଙ୍କୁ ନେଇ ଗାଁରେ ଉତ୍ତେଜନା
କେନ୍ଦୁଝର: ଦୁବାଇ ଫେରନ୍ତା ଯୁବକଙ୍କୁ ନେଇ କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ଗମ୍ଭାରିଆ ଗାଁରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି। ଜଣେ ବ୍ୟକ୍ତିଙ୍କ ଜ୍ୱାଇଁ ଦୁବାଇରୁ ଫେରି ୪ ଦିନ ହେବ ଶ୍ୱଶୁର ଘରେ ଥିଲେ। ଗତକାଲି ଘଟଣା ଜଣାପଡିବା ପରେ ଯୁବକଙ୍କ ଡାକ୍ତରୀ ପରୀକ୍ଷା କରିବାକୁ ଗାଁ ଲୋକେ ଅଡ଼ି ବସିଛନ୍ତି।
ଲୋକଙ୍କ ଜିଦ୍ ପରେ ସମ୍ପୃକ୍ତ ଯୁବକଙ୍କୁ ଏକ ଘରେ ଆଇସୋଲେସନ୍ରେ ରଖାଯାଇଛି। ଆଜି ଡାକ୍ତରୀ ଟିମ୍ ଗାଁରେ ପହଞ୍ଚି ସମ୍ପୃକ୍ତ ଯୁବକଙ୍କ ପରୀକ୍ଷା କରିବ ବୋଲି ସୂଚନା ମିଳିଛି। ଏହାକୁ ନେଇ ଗାଁରେ ଉତ୍ତେଜନା ଦେଖାଦେଇଥିଲା। ତେବେ ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଛି।