ଅନ୍ୟ ବ୍ୟବସାୟୀଙ୍କ କଥା ଭାବିଲେ, କିନ୍ତୁ ଉଠାଦୋକାନୀଙ୍କ କଥା ଭୁଲିଗଲେ

ଭୁବନେଶ୍ୱର: ଗୁପ୍‌ଚୁପ୍ ହେଉ କି, ବରା ପିଆଜି, ଇଡ୍‌ଲୀ ହେଉ କି ପୁରୀ ଉପମା। ମାସେରୁ ଅଧିକ ଦିନ ହେଲାଣି, ଖାଇବାକୁ ମିଳିବା ତ ଦୂରର କଥା, ଏସବୁର ଦର୍ଶନ ହିଁ ମିଳୁନି। ଫଳରେ ବ୍ୟବସାୟ ତ ଶୂନ୍ ହୋଇଯାଇଛି, ତା ସହ ଦାନାପାଣିକୁ ନେଇ ଚିନ୍ତାରେ ପଡ଼ିଯାଇଛନ୍ତି ରାଜ୍ୟର ଷ୍ଟ୍ରିଟ୍‌ଫୁଡ ବ୍ୟବସାୟୀ।

କିଏ ଠେଲାଗାଡ଼ିରେ ତ ଆଉ କିଏ ଛୋଟମୋଟ ଦୋକାନ କରି ତେଲଲୁଣର ସଂସାର ଚଳାଉଥିଲେ। ହେଲେ ସେମାନଙ୍କ ଭାଗ୍ୟ ଏବେ ଠେଲି ହୋଇଯାଇଛି ଅନ୍ଧାର ଭିତରକୁ।

ଦିନ ଥିଲା ଗହଳି ଚହଳି ଥିଲା। ଚଟପଟା ଖାଦ୍ୟ ମିଳୁଥିଲା। ଗରାଖଙ୍କ ଭିଡ଼ ବି ଜମୁଥିଲା। ଖୁସିରେ ଖୁସିରେ ଚଳିଯାଉଥିଲା ବ୍ୟବସାୟୀଙ୍କ ତେଲଲୁଣର ସଂସାର। ହେଲେ ମାସେ ପରେ ବଦଳିଗଲା ସବୁ ଚିତ୍ର। କାହା ଦୋକାରେ ତାଲା ଝୁଲୁଛି ତ ଆଉ କାହା ଠେଲା ଅଦରକାରୀ ହୋଇପଡ଼ିଛି।

ରାଜଧାନୀ ଭୁବନେଶ୍ୱରର ଆଖଣ୍ଡଳମଣି ବସ୍ତି। ଏଠାରେ ରହୁଥିବା ଅଧିକାଂଶଙ୍କ ଗୁଜୁରାଣ ମେଣ୍ଟେ ଷ୍ଟ୍ରିଟ୍‌ଫୁଡ୍ ବ୍ୟବସାୟରେ। କିଏ ଗୁପ୍‌ଚୁପ୍ ବିକ୍ରି କରି ପେଟପୋଷୁଥିଲେ ତ ଆଉ କିଏ ବରା, ପକୁଡ଼ି ଛାଣି ଦାନା ଯୋଗାଡ଼ କରୁଥିଲେ. ହେଲେ ଲକ୍‌ଡାଉନ୍ ପରଠୁ ବ୍ୟବସାୟ ବନ୍ଦ ତ ସବୁ ବନ୍ଦ।

କଟକର ଦୁଃଶାସନ ଭୋଳ ନାମକ ଜଣେ ବ୍ୟକ୍ତି ବାରବାଟୀ ଷ୍ଟାଡିୟମ ପାଖରେ ଛୋଟିଆ ଛୋଲେ ଭଟୁରେ ଷ୍ଟଲଟିଏ କରିଥିଲେ। ହେଲେ କିଛି ବ୍ୟବସାୟୀଙ୍କ ପାଇଁ ନିୟମ କୋହଳ ହୋଇଥିଲେ ବି ଦୁଃଶାସନଙ୍କ ଭଳି ଉଠାଦୋକାନୀଙ୍କ ପାଇଁ କୌଣସି ପଦକ୍ଷେପ ନେଇନାହିଁନ୍ତି ରାଜ୍ୟ ସରକାର।

ବାରବାଟୀ ଷ୍ଟାଡିୟମ୍ ପରିସରରେ ଛୋଟମୋଟ ଷ୍ଟଲ କରି ଏବଂ ଠେଲାରେ ବିକ୍ରିବଟା କରି ଗୁଜରାଣ ମେଣ୍ଟାଉଥିବା ବ୍ୟବସାୟୀ ଏବେ ଚିନ୍ତାରେ। ନା ସେମାନଙ୍କର କୌଣସି ଲାଇସେନ୍ସ ଅଛି, ନା ପଞ୍ଜିକୃତ ବ୍ୟବସାୟ। ତେଣୁ ସହାୟତା ପାଇଁ ସରକାରଙ୍କ ପାଖରେ ନିବେଦନ କରିଛନ୍ତି କ୍ଷତିଗ୍ରସ୍ତ ବ୍ୟବସାୟୀ।

କେବଳ ଟ୍ୱିନ୍‌ସିଟି କାହିଁକି, ଜଳଖିଆ ପାଇଁ ନାଁ କମାଇଥିବା ରେଶମ ସହରରେ ସମାନ ଅବସ୍ଥା। ଲକ୍‌ଡାଉନ୍ ପରଠୁ ସତେ ଯେମତି ଚୁଲିକୁ ଗଲାଣି ଏଠାକାର ସୁଆଦିଆ ଷ୍ଟ୍ରିଟ୍‌ଫୁଡ ବେପାର। ଇଡ୍‌ଲି କୁହନ୍ତୁ କି ପୁରୀ ଉପମା। ଭଳିକି ଭଳି ଖାଦ୍ୟ ମିଳୁଥିବା ଛୋଟମୋଟ ଦୋକାନ୍ ଏବଂ ହୋଟେଲ୍ ଏବେ ଲକ୍‌ଡାଉନ୍‌ରେ ଲକ୍ ହୋଇଯାଇଛି।

ଏସବୁ ଦୋକାନକୁ ପାର୍ସଲ୍ ଅନୁମତି ବି ମିଳିନି। ଫଳରେ ମାସେରୁ ଅଧିକ ଦିନ ହେଲାଣି, କଟକଣା ମାଡ଼ରେ ଘାଇଲା ହୋଇଯାଇଛି ଏହି ବ୍ୟବସାୟୀଙ୍କ ଆର୍ଥିକ ଅବସ୍ଥା।

ଗତ ମାର୍ଚ୍ଚ ୨୮ରେ ରାଜ୍ୟର ୧୧୪ଟି ପୌରାଞ୍ଚଳର ୬୫ ହଜାର ପଞ୍ଜିକୃତ ଉଠାଦୋକାନୀଙ୍କୁ ୩ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଦେବାକୁ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ। ତେବେ ଅଣପଞ୍ଜିକୃତ ଷ୍ଟ୍ରିଟ୍‌ଫୁଡ୍ ବ୍ୟବସାୟୀ କେମିତି ଚଳିବେ ? କ’ଣ ହେବ ସେମାନଙ୍କ ଭବିଷ୍ୟତ ? ତାକୁ ନେଇ ନା ନା ଆଶା ଆଶଙ୍କା ଦେଖାଦେଇଛି।

 

ଆହୁରି ପଢ଼ନ୍ତୁ

ଅଧ୍ୟାପକ ସ୍ୱାମୀଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଲେ ମହିଳା IIC

ମହଙ୍ଗା ପଡ଼ିଲା କ୍ଷମତାର ଅପବ୍ୟବହାର: ଆଦିବାସୀଙ୍କ ଘର ଭାଙ୍ଗିଥିବା ମହିଳା ସରପଞ୍ଚ ନିଲମ୍ବିତ

ହୋଟେଲରେ ଚାଲିଥିଲା ସେକ୍ସ ରାକେଟ୍, ୨ ମହିଳାଙ୍କ ସମେତ ଗ୍ରାହକ ଓ ହୋଟେଲ ମ୍ୟାନେଜର ଅଟକ

ସୁପ୍ରିମକୋର୍ଟ ଗଲେ ବର୍ଷା

ଓଡ଼ିଶାରେ କରୋନା ସ୍ଥିତି: ଦିନକରେ ୯ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

Corona Update In Odisha: ୨୪ ଘଣ୍ଟାରେ ୪,୨୦୯ ପଜିଟିଭ୍‌ ଚିହ୍ନଟ

ଏକାଧିକ ଦୋକାନ ଉପରକୁ ଚଢ଼ି ଓଲଟି ପଡ଼ିଲା ଟ୍ରକ୍‌

ଶୁଦ୍ଧିକ୍ରିୟାରେ ଯୋଗ ଦେଇ ଘରକୁ ଫେରୁଥିଲେ, ବାଟରେ ଘଟିଲା ଦୁର୍ଘଟଣା

ଭୁବନେଶ୍ୱରରେ ୪୧ ଦୋକାନ ସିଲ୍‌, ୨୮୩୩ ଜଣଙ୍କୁ ଫାଇନ୍‌; କଟକରେ ବି ଆକ୍ସନ ମୋଡ୍‌ରେ ପୋଲିସ୍

ନା ଥିଲା ମାସ୍କ ନା ଥିଲା ସାମାଜିକ ଦୂରତା: କରୋନା କଟକଣାକୁ ଫୁ’ କରି ଧୁମ୍‌ଧାମ୍‌ରେ ଚାଲିଥିଲା ବିଶ୍ୱକର୍ମା ଭସାଣ

SCB କୋଭିଡ୍‌ ୱାର୍ଡରେ‌ ଅବ୍ୟବସ୍ଥା ଘଟଣାର ତଦନ୍ତ କରିବ ୩ ଜଣିଆ କମିଟି

ତାଗିଦ ନାଁରେ ବ୍ୟବସାୟ ଉପରେ ଛାଟ !

You might also like