• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Abinash Pati

ଭୁବନେଶ୍ୱର: ରାଜ୍ୟବ୍ୟାପୀ ବ୍ୟବସାୟ ମାନ୍ଦା ହୋଇଥିବାରୁ ଦୁଗ୍ଧ ଚାଷୀଙ୍କ ମୁହଁରୁ ଦାନା ଛଡ଼ାଇ ନେଲାଣି ଲକ୍‌ଡାଉନ୍। ଆଜିକୁ ସପ୍ତାହେରୁ ଅଧିକ ଦିନ ହେଲା,  ଉତ୍ପାଦିତ କ୍ଷୀର ନା ବିକ୍ରି ହେଉଛି ନା ଚାଷୀ ଦି ପଇସା ଉପାର୍ଜନ କରିପାରୁଛନ୍ତି। ଏଭଳି ସ୍ଥିତିରେ ଅନ୍ୟାନ୍ୟ ଘରୋଇ ସଂସ୍ଥା ସହ ଓମ୍ଫେଡ୍ ମଧ୍ୟ ତାର ଅନୁବନ୍ଧିତ ଚାଷୀଙ୍କଠାରୁ ଦୁଗ୍ଧ କିଣିବା କମାଇ ଦେଇଛି। ଫଳରେ ହଜାର ହଜାର ଲିଟର କ୍ଷୀର ନଷ୍ଟ ହେଉଥିବାବେଳେ ଦୁଗ୍ଧ ଚାଷୀ ଏବଂ ବ୍ୟବସାୟୀଙ୍କ ଅବସ୍ଥା ଦୟନୀୟ ହୋଇପଡ଼ିଛି। ସେପଟେ ଚା ଓ ମିଠା ଦୋକାନ ବନ୍ଦ ରହିବା ଯୋଗୁ ସମସ୍ୟା ଦ୍ୱିଗୁଣିତ ହୋଇଯାଇଛି।

ପୁରୀ ଜିଲ୍ଲା ଅସ୍ତରଙ୍ଗ କୁହୁଡ଼ି ଗାଁର ନିରଂଜନ ସ୍ୱାଇଁ। ଆଖ ପାଖ ଗାଁର ଚାଷୀଙ୍କଠାରୁ ଦୈନିକ ୫ଶହ ଲିଟର କ୍ଷୀର ସଂଗ୍ରହ କରି ଘରୋଇ ସଂସ୍ଥାକୁ ବିକ୍ରି କରୁଥିଲେ। ଏଥିରେ ଭଲ ଦୁଇ ପଇସା ବି ରୋଜଗାର କରୁଥିଲେ। ହେଲେ ଲକ୍‌ଡାଉନ୍ ପରଠୁ ସଂପୃକ୍ତ ସଂସ୍ଥା ଆଉ କ୍ଷୀର କିଣି ରିସ୍କ ନେବାକୁ ଚାହୁଁନି।

ଫଳରେ ଘରେ ପଡ଼ିରହି ଦୁର୍ଗନ୍ଧ ହେବା ପରେ ବାଧ୍ୟ ହୋଇ କ୍ଷୀର ସବୁକୁ ବାହାରେ ଢ଼ାଳୁଛନ୍ତି ନିରଂଜନ। କେବଳ ନିରଂଜନ କାହିଁକି, ଅସ୍ତରଙ୍ଗ, ବାଲେଶ୍ୱର,ସାଲେପୁର,ଉମରକୋଟ ଭଳି ବିଭିନ୍ନ ସ୍ଥାନରେ ଲକ୍‌ଡାଉନ୍ ପ୍ରଭାବରେ ଦୁଗ୍ଧ ଚାଷୀ କ୍ଷତି ସହି କ୍ଷୀର ରାସ୍ତାରେ ଢାଳିଛନ୍ତି।

ଲକ୍‌ଡାଉନ୍ ପରଠୁ ସହର ବଜାର ବନ୍ଦ। ଚାଦୋକାନ, ମିଠା ଦୋକାନ୍‌ରେ ଝୁଲୁଛି ତାଲା। କଟକଣା ଯୋଗୁ ପନିର କି ମିଠା ତ ଦୂରର କଥା, ଚାକପେ ବି ମିଳୁନି। ରାଜ୍ୟର ଦୁଗ୍ଧ ସୋସାଇଟି ମାନଙ୍କଠାରୁ ଓମ୍ଫେଡ୍ ସମେତ ଅନ୍ୟାନ୍ୟ ଘରୋଇ ସଂସ୍ଥାଗୁଡ଼ିକ ମଧ୍ୟ ଅଧିକ ପରିମାଣର ଦୁଗ୍ଧ ନେବାକୁ ଆଉ ଚାହୁଁନାହାଁନ୍ତି।

ଯାହାର ପ୍ରତିକୂଳ ପ୍ରଭାବ ପକାଇଛି ଗୋ ଚାଷୀ ଏବଂ ଦୁଗ୍ଧ ସୋସାଇଟି ଗୁଡ଼ିକ ଉପରେ। ଏପରିକି ନିଜ ପେଟକୁ ଦାନା ଯୋଗାଡ଼ କରିପାରୁନଥିବା ଚାଷୀ, ଗୋରୁଙ୍କ ପାଇଁ ଦାନା ଯୋଗାଡ଼ କରିବା ବି ମୁସ୍କିଲ ହୋଇଛି। କେବଳ ଗୋ ଚାଷୀ ନୁହଁନ୍ତି, ମିଠା ବ୍ୟବସାୟୀ ବି ଚିନ୍ତାରେ ପଡ଼ିଯାଇଛନ୍ତି। ଏଭଳି ସ୍ଥିତିରେ ପଡ଼ୋଶୀ ପଶ୍ଚିମବଙ୍ଗରେ ଦିନକୁ ୪ ଘଣ୍ଟା ମିଠା ଦୋକାନ ଖୋଲିବାକୁ ମମତା ଦିଦି ସରକାର ନିର୍ଦ୍ଦେଶ ଦେବା ଦେଇଥିବାବେଳେ ଓଡ଼ିଶାରେ ବି ଅନୁରୂପ ପଦକ୍ଷେପ ନେବାକୁ ଦାବି ଉଠିଲାଣି।

ରାଜ୍ୟ ସରକାରଙ୍କ ସୂଚନା କହୁଛି, ରାଜ୍ୟରେ ବର୍ତ୍ତମାନ ଉତ୍ପାଦନ ହେଉଛି ୬୫ ଲକ୍ଷ ଲିଟର କ୍ଷୀର। ତାମଧ୍ୟରୁ ୫ ଲକ୍ଷ ଲିଟର ଓମ୍ଫେଡ଼୍ ଏବଂ ୪ ଲକ୍ଷ ଲିଟର ଅନ୍ୟ ଘରୋଇ ସଂସ୍ଥା କିଣୁଛନ୍ତି। ବଳକା ୫୬ ଲକ୍ଷ ଲିଟର କ୍ଷୀର ଖୁଚୁରା ବ୍ୟବସାୟୀ ବିକ୍ରିବଟା କରୁଛନ୍ତି। ହେଲେ କଟକଣା ଭିତରେ ବଳି ପଡୁଥିବା ଲକ୍ଷ ଲକ୍ଷ କ୍ଷତିଗ୍ରସ୍ତ ଦୁଗ୍ଧଚାଷୀ ଏବଂ ବ୍ୟବସାୟୀଙ୍କ କଥା ବୁଝିବ କିଏ ?

ସେପଟେ ଓମ୍ଫେଡ୍ ନିଜ କ୍ଷମତାଠାରୁ କମ୍ କ୍ଷୀର କିଣୁଥିବା ଅଭିଯୋଗ କରି ତୁରନ୍ତ ଚାଷୀଙ୍କୁ କ୍ଷତିପୂରଣ ଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ର ମତ୍ସ୍ୟ ଓ ପଶୁ ସଂପଦ ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ। ତେବେ ବିଭାଗୀୟ ମନ୍ତ୍ରୀ କିଛି ଦିନ ତଳେ ସୋସିଆଲ୍ ମିଡ଼ିଆରେ ଏକ ଭିଡିଓ ପୋଷ୍ଟ କରି ଦୁଗ୍ଧ ବ୍ୟବସାୟ ହ୍ରାସ ପାଇବା ନେଇ ଚିନ୍ତାପ୍ରକଟ କରିଥିଲେ। କିନ୍ତୁ ସମାଧାନ ନେଇ ସରକାର କିନ୍ତୁ ନୀରବ।

https://youtu.be/jaxqYIUCITE

Coronavirus-effect-dairy-farmers-suffer-as-demand-for-milk-plummets-following-the-lockdown
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories