‘ଘରେ ରହିବା ପାଇଁ ଶପଥ କର, ବାହାରୁ ଆସିଲେ ହାତ ଧୁଅ’

ଭୁବନେଶ୍ୱର: ସାରା ରାଜ୍ୟରେ ଲକଡାଉନ୍ ଜାରି ହୋଇଥିଲେବି କେତେକ ବ୍ୟକ୍ତିବିଶେଷ ମାନୁନାହାଁନ୍ତି। ଏପରି ହେଲେ କରୋନା ବ୍ୟାପିବାର ଭୟ ସୃଷ୍ଟି ହୋଇଛି। ତେବେ କରୋନା ମୁକାବିଲା ଓ ସଚେତନ କରିବା ନେଇ ଆଜି ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବୋଧିତ କରିଛନ୍ତି। ପିଲାଛୁଆ ଓ ବାପାମାଆଙ୍କ ନାଁରେ ଶପଥ ନେବାକୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏପରିକି ‘କରୋନା’ ମୁକାବିଲା ପାଇଁ ‘ମୋ ଜୀବନ’ ଯୋଜନା ଘୋଷଣା କରିଛନ୍ତି।

ରାଜ୍ୟବାସୀଙ୍କୁ ସମ୍ୱୋଧିତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, କରୋନା ଏବେ ଚୀନ ଓ ଆମେରିକା ଡେଇଁ ଭାରତରେ ପହଞ୍ଚିଛି। ଆମ ଘର ପାଖରେ କରୋନା ପହଞ୍ଚିଲାଣି। ସତର୍କ ନହେଲେ ଘରକୁ ପଶିଯିବ। ଏଭଳି ସ୍ଥିତିରେ ଆମେ ନିଜ ପିଲାଛୁଆ ଓ ବାପାମାଙ୍କ ନାଁରେ ଶପଥ ନେବା। କହିବା, ମୁଁ ଶପଥ କରି କହୁଛି ଅତି ଜରୁରୀ କାମ ନଥିଲେ ବାହାରକୁ ଯିବିନି।

ବାହାରୁ ଆସିଲେ ଭଲଭାବେ ୨୦ ସେକେଣ୍ଡ ହାତ ଧୋଇବି। ଏମିତି ଶପଥ ଦୈନିକ ଘରର ସମସ୍ତେ ନିଅନ୍ତୁ ଓ କାନ୍ଥରେ ଲେଖି ଲଗାନ୍ତୁ। ଶପଥ ଭିଡିଓ ସୋଶାଲ ମିଡିଆରେ ମୋ ପାଖକୁ ପଠାନ୍ତୁ।”

You might also like