ରଜ୍ୟରେ ମୋଟ କରୋନା ଆକ୍ରାନ୍ତ ୧୫୯; କେଉଁ ଜିଲ୍ଲାରେ କେତେ ପଜିଟିଭ୍‌ ?

ଗଞ୍ଜାମ: ରାଜ୍ୟରେ ପ୍ରଥମଥର ପାଇଁ ଗଞ୍ଜାମ ଜିଲ୍ଲାରେ ଚିହ୍ନଟ ହେଲେ କରୋନା ରୋଗୀ। ଏଠି ଏକାଥରକେ ଦୁଇ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।  ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା ୧୫୯କୁ ବୃଦ୍ଧି ହୋଇଛି।

ତେବେ ଗତକାଲି କେବଳ ଯାଜପୁରରେ ସକାଳେ ୮ଜଣ କରୋନା ରୋଗୀ ଚିହ୍ନଟ ହୋଇଥିଲେ। ଏହାକୁ ମିଶାଇ ଯାଜପୁରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା୪୮ରେ ଛୁଇଁଛି। ରାଜ୍ୟର କରୋନା ଆକ୍ରାନ୍ତଙ୍କ ତାଲିକାରେ ଶୀର୍ଷ ସ୍ଥାନରେ ଯାଜପୁର। ଉଭୟ ଆକ୍ରାନ୍ତ ଓ ସକ୍ରିୟ ସଂକ୍ରମିତ ସଂଖ୍ୟାରେ ଖୋର୍ଦ୍ଧା ଜିଲ୍ଲାକୁ ଟପିଯାଇଛି ଯାଜପୁର।

ଶନିବାର ଚିହ୍ନଟ ହୋଇଥିବା ୮ ଜଣ ନୂଆ ଆକ୍ରାନ୍ତଙ୍କ ବୟସ ୨୪ରୁ ୬୩ ବର୍ଷ ମଧ୍ୟରେ। ସେମାନଙ୍କ ଭିତରେ ଜଣେ ୬୦ ବର୍ଷର ମହିଳା ଅଛନ୍ତି। ୮ ଆକ୍ରାନ୍ତଙ୍କ ମଧ୍ୟରୁ ୩ ଜଣ ବରି ଅଞ୍ଚଳର ବୋଲି ସ୍ପଷ୍ଟ କରିଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ।

ଯାଜପୁରର କଟିକଟା ପଞ୍ଚାୟତରୁ କେବଳ ୨୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାହା ପରେ ଏବେ ହଟ୍‌ସପଟ୍ ପାଲଟିଛି କଟିକଟା। ଯାହା ରାଜ୍ୟ ସରକାରଙ୍କର ଚିନ୍ତାର ବିଷୟ ପାଲଟିଛି।

କେଉଁ ଜିଲ୍ଲାରେ କେତେ ଆକ୍ରାନ୍ତ-

ଜିଲ୍ଲାପଜିଟିଭ କେସ୍‌ସୁସ୍ଥ ହୋଇଛନ୍ତିସକ୍ରିୟ ଅଛିମୃତ୍ୟୁ
ଯାଜପୁର-

 

୪୮୦୧୪୭୦୦
ଖୋର୍ଦ୍ଧା୪୭୩୧୧୫୦୧
ବାଲେଶ୍ୱର୨୦୦୩୧୭୦୦
ଭଦ୍ରକ୧୯୦୯୧୦୦୦
ସୁନ୍ଦରଗଡ଼୧୦୦୫୦୦
ଗଞ୍ଜାମ୦୨୦୦୦୨୦୦
ବଲାଙ୍ଗିର୦୨୦୦୦୨୦୦
କେନ୍ଦ୍ରାପଡ଼ା୦୨୦୦୦୦
କୋରାପୁଟ୦୦୦୧୦୦
ଝାରସୁଗୁଡ଼ା୦୧୦୦୦୧୦୦
ଦେବଗଡ଼୦୧୦୦୦୧୦୦
କେନ୍ଦୁଝର୦୧୦୦୦୧୦୦
କଳାହାଣ୍ଡି୦୨୦୨୦୦୦୦
କଟକ୦୧୦୧୦୦୦୦
ଢେଙ୍କାନାଳ୦୧୦୧୦୦୦୦
ପୁରୀ୦୧୦୧୦୦୦୦
ମୋଟ୧୫୯୫୬୧୦୨୦୧

 

ଆହୁରି ପଢ଼ନ୍ତୁ

You might also like