Odisha Coronavirus Updates: ଚିହ୍ନଟ ହେଲେ ୩,୨୫୨ ନୂଆ କରୋନା ରୋଗୀ, ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର: ରାଜ୍ୟରେ ୨୪ ଘଣ୍ଟାରେ ୩୦ ଜିଲ୍ଲାରୁ ୩,୨୫୨ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟିନ୍‌ ସେଣ୍ଟରରୁ ୧, ୯୮୭ ଏବଂ ଲୋକାଲ କଣ୍ଟାକ୍ଟ ୧, ୨୬୫ ବୋଲି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗର ସୂଚନା ଦେଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୭୬୨ ପଜିଟିଭ ଚିହ୍ନଟ ହୋଇଛନ୍ତି।

ତେବେ ଖୁସିର କଥା, ଗଞ୍ଜାମ ସ୍ଥିତିରେ ଲଗାତାର ସୁଧାର ଆସୁଛି। ଆଜି ମଧ୍ୟ ଏଠାରେ ୧୬୯ ପଜିଟିଭ ଚିହ୍ନଟ ହୋଇଛନ୍ତି। ଅନ୍ୟପକ୍ଷେ କଟକ ସ୍ଥିତିରେ କୌଣସି ପରିବର୍ତ୍ତନ ଆସୁ ନ ଥିବାବେଳେ ଖୋର୍ଦ୍ଧା ପଛକୁ ରାୟଗଡା ଏବେ ଚିନ୍ତାର କାରଣ ହୋଇଛି।

କଟକରେ ଆଜି ୩୨୩ କରୋନା ପଜିଟିଭ ବାହାରି ଥିବାବେଳେ ରାୟଗଡ଼ାରେ ୪୫୦ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ମୟୂରଭଞ୍ଜ, ନୟାଗଡ, ବରଗଡ଼ ଓ ପୁରୀରେ ଯଥାକ୍ରମେ ୧୨୩,  ୧୨୦, ୧୪୬ ଓ ୧୩୫ ରହିଛି।

ଏହାକୁ ମିଶାଇ ରାଜ୍ୟରେ  ପଜେଟିଭ ସଂଖ୍ୟା ୯୭, ୯୨୦ ହୋଇଥିବା ବେଳେ ଆକ୍ଟିଭ କେସ ୨୯, ୫୭୧ ଅଛି। ସେହିପରି ସୁସ୍ଥ ହୋଇଛନ୍ତି ୬୭, ୮୨୬।

 

You might also like