କରୋନାରୁ କେବେ ମିଳିବ ମୁକ୍ତି ? ଆସିଲା ଖୁସି ଖବର

ଭୁବେନଶ୍ୱର: କରୋନାକୁ ନେଇ ସାମ୍ନାକୁ ଆସିଲା ଖୁସି ଖବର। କରୋନା ସ୍ଥିତିକୁ ନେଇ ଏମିତି ଏକ ଉତ୍ସାହଜନକ ସୂଚନା ଦେଇଛନ୍ତି ILS ନିର୍ଦ୍ଦେଶକ।

ILS ନିର୍ଦ୍ଦେଶକ ଅଜୟ ପରିଡ଼ା ଓଟିଭିକୁ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇ କହିଛନ୍ତି, ସେପ୍ଟେମ୍ବରରେ  କ୍ଲିନ୍‌ ହୋଇପାରେ କରୋନା। ଗଞ୍ଜାମରେ ଆକ୍ରାନ୍ତଙ୍କ ସଂଖ୍ୟା କମୁଛି। ଅନେକ ଜିଲ୍ଲାରେ କରୋନା ସ୍ଥିତି ସ୍ଥିର ରହିଛି। କିଛି ଜାଗାରେ ନିୟନ୍ତ୍ରଣକୁ ମଧ୍ୟ ଆସିଲାଣି କରୋନା।

ଶ୍ରୀ ପରିଡ଼ା କହିଛନ୍ତି,  କିଛି ଜିଲ୍ଲାରେ ଅବଶ୍ୟ ଏବେ ବି କେସ୍ ବଢୁଛି। ତେବେ ଏହା ପରେ ଖସିବ ବୋଲି ଆଶା କରାଯାଉଛି। ଅଗଷ୍ଟରେ ପିକ୍ ହୋଇ ତା’ ପରେ ଖସିବାର ସମ୍ଭାବନା ରହିଛି ।

ସେ କହିଛନ୍ତି, ସେପ୍ଟେମ୍ବରରେ କରୋନା କ୍ଲିନ ହେବ ବୋଲି ଆଶାବାଦୀ ଅଛୁ। ଓଡ଼ିଶାରେ ସ୍ଥିତି ନିୟନ୍ତ୍ରଣରେ ରହିଛି। ତେଣୁ ଭୟ କରିବାର ନାହିଁ।

You might also like