ଫେବ୍ରୁଆରୀ ସୁଦ୍ଧା ଆସିପାରେ କରୋନା ଟିକା

ଭୁବନେଶ୍ୱର: ୨୦୨୧ ଫେବ୍ରୁଆରୀ ବେଳକୁ ଉପଲବ୍ଧ ହୋଇପାରେ କରୋନା ଭ୍ୟାକ୍‌ସିନ। ଗଞ୍ଜାମରେ ସ୍ଥିତି ଉଦବେଗ ରହିଥିଲେବି ଗୋଷ୍ଠୀ ସଂକ୍ରମଣ ହୋଇନାହିଁ ବୋଲି ସୂଚନା ଦେଇଛନ୍ତି ଆଇଏଲ୍ଏସ୍ ନିର୍ଦ୍ଦେଶକ ଅଜୟ ପରିଡ଼ା।

ସେ କହିଛନ୍ତି ଯେ ଫେବ୍ରୁଆରୀ ୨୦୨୧ ବେଳକୁ କରୋନା ଭ୍ୟାକସିନ୍ ଉପଲବ୍ଧ ହୋଇପାରେ। ପଶୁ ଠାରେ ଭ୍ୟାକସିନ୍ ଟ୍ରାଏଲ ସଫଳତା ପରେ ମଣିଷ ଉପରେ ଟ୍ରାଏଲ୍ ହେବ। ଏବେ ଫାଷ୍ଟ ଟ୍ରାଏଲ୍ ଚାଲିଛି, ସଫଳତା ପରେ ସେକେଣ୍ଡ ଟ୍ରାଏଲ୍ ହେବ। ଯଦି ସଫଳତା ମିଳେ ଡିସେମ୍ବର, ଜାନୁଆରୀ, ଫେବ୍ରୁଆରୀ ବେଳକୁ ଟିକା ଆସିବ। ଏବେ ଦେଶରେ ILS ସହ ୬ଟି ସଂସ୍ଥାକୁ ଆଣ୍ଟିଭାଇରସ୍ ଟେଷ୍ଟ ପାଇଁ କୁହାଯାଇଛି। ଅଗଷ୍ଟରୁ ଏହି ଟେଷ୍ଟ ଆରମ୍ଭ ହେବ ବୋଲି ILS  ନିର୍ଦ୍ଦେଶକ କହିଛନ୍ତି।

ସେହିପରି ରାଜ୍ୟର ସ୍ଥିତି ନେଇ ସେ କହିଛନ୍ତି ଯେ ଗଞ୍ଜାମରେ ସ୍ଥିତି ଉଦବେଗ ରହିଛି। ସରକାର ବହୁ ପଦକ୍ଷେପ ନେଉଛନ୍ତି। ପ୍ରାୟ ୯୨% ଗାଁରେ କରୋନା ନାହିଁ ବୋଲି ଜିଲ୍ଲାପାଳ କହିଛନ୍ତି। ଯେଉଁମାନେ ପଜିଟିଭ୍ ବାହାରୁଛନ୍ତି, ସେମାନଙ୍କ କଣ୍ଟାକ୍ଟ ଟ୍ରେସିଂ କରାଯାଉଛି। ତେଣୁ ଗୋଷ୍ଠୀ ସଂକ୍ରମଣ କୁହାଯିବ ନାହିଁ ବୋଲି କହିଲେ ILS ନିର୍ଦ୍ଦେଶକ।

You might also like