• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

ଭୁବନେଶ୍ୱର:  କରୋନା ଟିକାକରଣରେ କେହି ଯଦି ଜାଲିଆତି କରିବେ ତାହେଲେ ସଂପୃକ୍ତ ବ୍ୟକ୍ତି ଦଣ୍ଡିତ ହେବେ। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଏକ କଡ଼ା ଚିଠି ଲେଖିଛନ୍ତି। ସବୁ ଜିଲ୍ଲାପାଳ, ମହାନଗର ନିଗମ, ମେଡିକାଲ କଲେଜ ଓ ସିଡିଏମଓଙ୍କୁ ଚିଠି ଲେଖି ଏସିଏସ୍ ଉଲ୍ଲେଖ କରିଛନ୍ତି ଯେ, ଟିକା ନେବା ପାଇଁ ଯଦି କେହି ଜାଲ୍ ମେଡିକାଲ ସାର୍ଟିଫିକେଟ ଆଣି ଆସିବେ ତାହେଲେ ସେ ଦଣ୍ଡିତ ହେବେ।

କେବଳ ସାର୍ଟିଫିକେଟ୍ ନେବା ଲୋକ ନୁହଁନ୍ତି, ଜାଲ୍ ମେଡିକାଲ ସାର୍ଟିଫିକେଟ ଇସ୍ୟୁ କରିଥିବା ଡାକ୍ତର ମଧ୍ୟ ଦଣ୍ଡିତ ହେବେ ବୋଲି ଏସିଏସ୍ ସ୍ପଷ୍ଟ କରିଛନ୍ତି। ବିଶେଷ କରି ବହୁବିଧ ରୋଗରେ ପୀଡ଼ିତଙ୍କୁ ସାର୍ଟିଫିକେଟ ଇସ୍ୟୁ ବେଳେ ସତର୍କତା ଅବଲମ୍ବନ କରିବାକୁ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ନିର୍ଦ୍ଦେଶ ଦେଇଛନ୍ତି।

ସାର୍ଟିଫିକେଟ ଇସ୍ୟୁ ବେଳେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଗାଇଡଲାଇନ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ୪୫ରୁ ୫୯ ବର୍ଷର ବହୁବିଧ ରୋଗାକ୍ରାନ୍ତଙ୍କୁ ଟିକା ପାଇଁ ସାର୍ଟିଫିକେଟ ଜରୁରୀ ଥିବାରୁ କାଳେ କୌଣସି ବ୍ୟକ୍ତି ଜାଲିଆତି କରିବେ, ସେହି ଆଶଙ୍କାରେ ସତର୍କତା ସ୍ୱରୂପ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର।

Corona-vaccine-guidelines-issued-by-acs
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories