• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

ଭୁବନେଶ୍ୱର:ରାଜ୍ୟରେ ଆଜି ୧୦ ହଜାର ଉପରେ ରହିଛି କରୋନା ସଂକ୍ରମଣ। ରାଜ୍ୟରେ ୨୪ ଘଣ୍ଟାରେ ୧୦ ହଜାର ୭୫୭ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ୧୦,୭୫୭ ମଧ୍ୟରୁ କ୍ୱାରେଣ୍ଟିନରୁ ୬,୦୨୪ ଏବଂ ଲୋକାଲ କେସ୍ ୪,୭୩୩ ଥିବା ଜଣାଯାଇଛି। ଆଜି କଟକରୁ ସର୍ବାଧିକ ରୋଗୀ ଚିହ୍ନଟ ହୋଇଛନ୍ତି। କଟକରୁ ୯୭୩ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏହା ପଛରେ ରହିଛି ଖୋର୍ଦ୍ଧା। ଏଠାରୁ ସର୍ବାଧିକ ୯୦୯ ଓ ସୁନ୍ଦରଗଡରୁ ୮୩୨  ପଜିଟିଭ ଚିହ୍ନଟ ହୋଇଛନ୍ତି।

ଆଜି ୨୯ ଜିଲ୍ଲାରେ ତିନି ଅଙ୍କ ଉପରେ ରହିଛି ଆକ୍ରାନ୍ତଙ୍କ ସଂଖ୍ୟା। ଅନୁଗୁଳରୁ ୬୦୬, ବାଲେଶ୍ୱରରୁ ୩୫୪, ବରଗଡରୁ ୪୦୪, ଭଦ୍ରକରୁ ୪୪୩, ବଲାଙ୍ଗରରୁ ୫୦୭ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ସେହିପରି ନୂଆପଡ଼ାରୁ ୫୦୨, ସମ୍ବଲପୁରରୁ ୪୯୪, ମୟୂରଭଞ୍ଜରୁ ୪୫୪,  ଝାରସୁଗୁଡ଼ାରୁ ୩୮୮ ଏବଂ ଗଞ୍ଜାମ ଜିଲ୍ଲାରୁ ୨୦୯, ବୌଦ୍ଧ ଜିଲ୍ଲାରୁ ୧୩୩, ଦେବଗଡରୁ ୧୦୨, ଢେଙ୍କାନାଳରୁ ୨୮୯, ଗଜପତିରୁ ୧୪୧, ଜଗତ୍‌ସିଂହପୁରରୁ ୨୧୯, ଜାଜପୁରରୁ ୨୮୧, ଝାରସୁଗୁଡାରୁ ୩୮୮, କଳାହାଣ୍ଡିରୁ ୧୨୫, କନ୍ଧମାଳରୁ ୮୭, କେନ୍ଦ୍ରାପଡାରୁ ୧୪୮, କେନ୍ଦୁଝରରୁ ୨୦୮, କୋରାପୁଟରୁ ୨୮୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି  ।

ଅନ୍ୟପକ୍ଷେ ମାଲକାନାଗିରିରୁ ୧୨୩, ନବରଙ୍ଗପୁରରୁ ୩୮୬, ନୟାଗଡରୁ ୨୨୭, ନୂଆପଡ଼ାରୁ ୫୦୨, ପୁରୀରୁ ୩୫୦, ରାୟଗଡାରୁ ୧୩୬, ସମ୍ବଲପୁରରୁ ୪୯୪, ସୋନପୁରରୁ ୨୪୫ ଏବଂ ଷ୍ଟେଟ ପୁଲ୍‌ରୁ ୨୦୦ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି।

ଆଜିର ତାଲିକାକୁ ମିଶାଇଲ, ରାଜ୍ୟରେ ବର୍ତ୍ତମାନସୁଦ୍ଧା ୧,୦୯,୪୧,୧୯୨ ନମୂନା ପରୀକ୍ଷା ହୋଇଥିବାବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬,୨୨,୯୮୧ ରହିଛି।  ସେହିପରି ୨୪ ଘଣ୍ଟାରେ ସୁସ୍ଥ ହୋଇଛନ୍ତି ୫,୧୪,୫୩୨। ରାଜ୍ୟରେ ଏବେ ଆକ୍ଟିଭ କେସ  ୧,୦୬,୦୬୧ ଥିବାବେଳେ ଆଜି ୧୨୦୭୭ ଜଣ ସୁସ୍ଥ ହୋଇ ଫେରିଛନ୍ତି।

ସୂଚନାଥାଉ କି, ରାଜ୍ୟରେ ଲଗାତାର ଭାବରେ ଉପରମୁହାଁ ରହୁଛି କରୋନା ଗ୍ରାଫ୍‌। ଗୁରୁତ୍ୱପୂର୍ଣ୍ଣ କଥା ହେଲା,  ଏ ସପ୍ତାହରେ ବି ରୋନା ସଂକ୍ରମଣ କମିବାର ଆଶା ନାହିଁ । ମେ’ ପରେ ଧୀରେ ଧୀରେ ରାଜ୍ୟରେ ସଂକ୍ରମଣ କମିବ ବୋଲି ଆକଳନ କରାଯାଉଥିବା  କହିଛନ୍ତି ଡାକ୍ତର ନିରୋଜ ମିଶ୍ର। ରାଜ୍ୟରେ  ଏବେ ପଜିଟିଭ ରେଟ୍ ୨୦% ରହିଛି, ଟେଷ୍ଟ ବଢ଼ିଲେ ପଜିଟିଭ ସଂଖ୍ୟା ବି ବଢ଼ିବ ବେଲି ସେ କହିଛନ୍ତି।

ଏପରି ସ୍ଥିତିରେ ଆଜି ରାଜ୍ୟରେ ସର୍ବଦଳୀୟ ବୈଠକ ବସୁଛି । ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ବସିବ ଏହି ସର୍ବଦଳୀୟ ବୈଠକ। ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ସମସ୍ତ ବିଧାୟକ ଭର୍ଚୁଆଲରେ ଯୋଗଦେବେ। ରାଜ୍ୟରେ କରୋନା ସ୍ଥିତି ଏହାର ମୁକାବିଲା ଏବଂ ପରବର୍ତ୍ତୀ ପଦକ୍ଷେପ ଆଦି ସମ୍ପର୍କରେ ସମୀକ୍ଷା ହେବ। ତେବେ ରାଜ୍ୟରେ ପୁଣି ଲକ୍‌ଡାଉନ ଅବଧି ବୃଦ୍ଧି କରାଇପାରେ ବୋଲି ଅନୁମାନ କରାଯାଉଛି।

 

Corona-updates-today-odisha-17th-may-2021
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories