୮ ଜିଲ୍ଲାରୁ ଚିହ୍ନଟ ହେଲେନି କେହି କରୋନା ରୋଗୀ, ଦିନକରେ ଆଖି ବୁଜିଲେ ୪

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଛନ୍ତି ୨୫୧ ଜଣ କରୋନା ପଜିଟିଭ। ୨୨ ଜିଲ୍ଲାରୁ ଏହି କରୋନା ରୋଗୀମାନେ ଚିହ୍ନଟ ହୋଇଛନ୍ତି।  ଏମାନଙ୍କ ମଧ୍ୟରୁ ୧୪୮ କ୍ୱାରେଣ୍ଟିନ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ ୧୦୩ ଲୋକାଲ କେସ ଥିବା ଜଣାଯାଇଛି।   ଏ ନେଇ ସୂଚନା ଦେଇଛି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ। ସେହିପରି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୪ ଜଣଙ୍କର କରୋନା ଜନିତ ମୃତ୍ୟୁ ଘଟିଛି।

ଆଜି ସମ୍ବଲପୁରରୁ ସର୍ବାଧିକ ୩୫ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ତା’ ପଛକୁ ରହିଛି ସୁନ୍ଦରଗଡ । ଏଠାରୁ ୩୪ କରୋନା ରୋଗୀଙ୍କୁ ଚିହ୍ନଟ କରାଯାଇଛି। ସେହିପରି ଅନଗୁଳରୁ ୩୧, ବାଲେଶ୍ୱରରୁ ୮, ବରଗଡରୁ ୧୫, ବୌଦ୍ଧ-୩  ଭଦ୍ରକରୁ ୧, କଟକରୁ ୪,  ବଲାଙ୍ଗୀରରୁ ୧୩,  ଦେବଗଡରୁ ୪,  ଗଞ୍ଜାମ-୪, ଜଗତସିଂହପୁରରୁ ୨, ଯାଜପୁରରୁ ୧୪, ଝାରସୁଗୁଡାରୁ୧୩, କେନ୍ଦ୍ରାପଡାରୁ ୮,  ଖୋର୍ଦ୍ଧାରୁ ୧୪, କୋରାପୁଟରୁ ୫,  ମୟୂରଭଞ୍ଜରୁ ୪, ନୟାଗଡ଼ରୁ ୧ ରୋଗୀ ଚିହ୍ନଟ ହୋଇଛନ୍ତି।

ସେହିପରି ନୂଆପଡ଼ାରୁ୨୩, ପୁରୀରୁ ୧୨, ସୋନପୁରରୁ ଜଣେ ରୋଗୀ ଚିହ୍ନଟ ହୋଇଛନ୍ତି। ଅନ୍ୟପକ୍ଷେ ୮ଟି ଜିଲ୍ଲାରୁ କେହି କରୋନା ରୋଗୀ ଚିହ୍ନଟ ହୋଇ ନାହାନ୍ତି।

ଏହାକୁ ମିଶାଇ ରାଜ୍ୟରେ କରୋନା ପଜିଟିଭ ସଂଖ୍ୟା ୩,୩୦,୧୧୭ରେ ପହଞ୍ଚିଥିବାବେଳେ ସୁସ୍ଥ ହୋଇଛନ୍ତି ୩,୨୫,୭୩୩। ଆକ୍ଟିଭ କେସ ରହିଛି ୨୪୫୧।

ସେହିପରି ୨୪ ଘଣ୍ଟା ମଧ୍ୟରେ ୪ ଜଣଙ୍କର ମୃତ୍ୟୁ ଘଟିଛି। ଏମାନଙ୍କ ମଧ୍ୟରେ ଅଛନ୍ତି ଭୁବନେଶ୍ୱରର ଜଣେ ୪୧ ବର୍ଷୀୟ ବ୍ୟକ୍ତି ଅଛନ୍ତି। ସେ ପୂର୍ବରୁ ଡାଇବେଟିସ୍‌ ଆକ୍ରାନ୍ତ ଥିଲେ। ସେହିପରି ବଲାଙ୍ଗୀରର ଜଣେ ୮୦ ବର୍ଷୀୟା ବୃଦ୍ଧାଙ୍କର ମୃତ୍ୟୁ ଘଟିଛି। ସେ ପୂର୍ବରୁ ଡାଇବେଟିସ ଆକ୍ରାନ୍ତ ହୋଇଥିଲେ। କଟକର ଜଣେ ୯୪ ବର୍ଷୀୟ ବୃଦ୍ଧ ଏବଂ ଖୋର୍ଦ୍ଧାର ଜଣେ ୬୦ ବର୍ଷୀୟ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି।

ଏହାକୁ ମଶାଇ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୧୮୮୦ରେ ପହଞ୍ଚିଛି।

You might also like