ରାଜ୍ୟରେ ଆଉ ୭ ମୁଣ୍ଡ ନେଲା କରୋନା
ଭୁବନେଶ୍ୱର: ଓଡ଼ିଶାରେ କରୋନା ଆକ୍ରାନ୍ତରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୭ ଜଣଙ୍କ ମୃତ୍ୟୁ ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାସହ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୫୪କୁ ବୃଦ୍ଧି ପାଇଛି।
ମୃତକଙ୍କ ମଧ୍ୟରେ ଗଞ୍ଜାମରୁ ଅଛନ୍ତି ସର୍ବାଧିକ ୩ ଜଣ। ଏଥିସହିତ ରାୟଗଡାର ୨ ଜଣ, କଟକ ଓ ଭୁବନେଶ୍ୱରରୁ ଜଣେ ଲେଖାଏ କରୋନାରେ ପ୍ରାଣ ହରାଇଛନ୍ତି । ଭୁବନେଶ୍ୱରର ମୃତକ ଜଣକ ୫ ବର୍ଷର ଦିବ୍ୟାଙ୍ଗ ଶିଶୁ ବୋଲି ଜଣାଯାଇଛି।
ଏହାକୁ ମିଶାଇ ଗଞ୍ଜାମରେ ମୃତକଙ୍କ ସଂଖ୍ୟା ୮୫ ଛୁଇଁଲା।
Regret to inform the demise of 7 Covid positive patients while under treatment in hospitals.
1. A 55-year old male of Ganjam district.
2. A 72-year old male of Rayagada district who was also suffering from Diabetes.
3. A 31-year old male of Rayagada district.
— H & FW Dept Odisha (@HFWOdisha) July 28, 2020
7. A 5-year old male child of Bhubaneswar who was also suffering from Cerebral Palsy with seizure disorder.
— H & FW Dept Odisha (@HFWOdisha) July 28, 2020
ସୂଚନା ଥାଉ କି, ଆଜି ରାଜ୍ୟରେ ଆଉ ୧୨୧୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୨୧୫ ମଧ୍ୟରୁ କ୍ୱାରେଣ୍ଟିନରୁ ୭୫୩ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୪୬୨। ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମରୁ ସର୍ବାଧିକ ୩୩୨ ଜଣ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୩୧୨ ଚିହ୍ନଟ ହୋଇଛନ୍ତି।