ରାଜ୍ୟରେ ୪ ହଜାର ଟପିଲା ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ଆଜି ଦୈନିକ କରୋନା ସଂକ୍ରମଣ ୪ ହଜାର ଟପିଛି। ଦ୍ରୁତ ଗତିରେ ବଢୁଥିବା ସଂକ୍ରମଣ ହାର ରାଜ୍ୟବାସୀଙ୍କ ନିଦ ହଜାଇ ଦେଇଛନ୍ତି। ସବୁଠାରୁ ବେଶି ଚିନ୍ତା ବଢାଇଛି ଖୋର୍ଦ୍ଧା ଓ ସୁନ୍ଦରଗଡ । ଏହି ଦୁଇ ଜିଲ୍ଲାରୁ ସବୁବେଳେ ଅଧିକ ରୋଗୀ ବାହାରୁଛନ୍ତି। ସେହିପରି ଆଜି ରାଜ୍ୟରୁ ୪ ଜଣ ରୋଗୀ ଆଖି ବୁଜିଛନ୍ତି।

ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗରୁ ମିଳିଥିବା ଖବର ଅନଯାୟୀ, ଆଜି ୪୪୪୫ ଜଣ ରୋଗୀ ଚିହ୍ନଟ ହୋଇଥିବାବେଳେ କ୍ୱାରେଣ୍ଟିନ ସେଣ୍ଟରରୁ ୨୫୭୪ ଏବଂ ଲୋକାଲ କଣ୍ଟାକ୍ଟ ରହିଛି ୧୮୭୧।ସର୍ବାଧିକ ରୋଗୀ ସୁନ୍ଦରଗଡରୁ ଚିହ୍ନଟ ହୋଇଛନ୍ତି। ଆଜି ଏଠାରୁ ସର୍ବାଧିକ ୭୨୨ ପଜିଟିଭ ଚିହ୍ନଟ ହୋଇଥିବାବେଳେ ଖୋର୍ଦ୍ଧାରୁ ବାହାରିଛନ୍ତି ୫୮୭।

ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୭୨,୭୦୩ ଥିବାବେଳେ ସୁସ୍ଥ ହୋଇ ଫରିଛନ୍ତି ୩,୪୬,୧୩୪ ଏବଂ ଆକ୍ଟିଭ କେସ ରହିଛି ୨୪,୫୬୮।

ସେହିପରି ଆଜି ମୃତକଙ୍କ ସଂଖ୍ୟାକୁ ମିଶାଇଲେ, ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୯୪୮ ଛୁଇଁଛି। ମୃତକମାନଙ୍କ ମଧ୍ୟରୁ ସୁନ୍ଦରଗଡ଼ରୁ ୨, ଝାରସୁଗୁଡ଼ା ଓ କେନ୍ଦୁଝରରୁ ଜଣେ ଲେଖାଏଁ ବୋଲି ଜଣାପଡ଼ିଛି।

ଆଜି ଅନୁଗୁଳରୁ ୮୭, ବାଲେଶ୍ୱରରରୁ ୧୨୩, ବରଗଡ଼ରୁ ୧୭୮,  ଭଦ୍ରକକରୁ ୪୩, ବଲାଙ୍ଗିରରୁ ୧୬୮, ବୌଦ୍ଧରୁ ୨୧, କଟକରୁ ୨୫୧, ଦେବଗଡରୁ ୩୫, ଢେଙ୍କାନାଳରୁ ୨୦, ଗଜପତିରୁ ୧୦,,ଗଞ୍ଜାମରୁ ୬୨, ଜଗତ୍‌ସିଂହପୁରରୁ ୩୩, ଯାଜପୁରରୁ ୫୮, ଝାରସୁଗୁଡ଼ାରୁ ୨୩୧, କଳାହାଣ୍ଡିରୁ ୨୭୩, କନ୍ଧାମାଳରୁ ୨୯, କେନ୍ଦ୍ରାପଡାରୁ ୩୫, କେନ୍ଦୁଝରରୁ୭୫, କୋରାପୁଟରୁ ୨୧ ଓ ମାଲକାନଗିରିରୁ ୯ ଜଣ  ରୋଗୀଙ୍କୁ ଚିହ୍ନଟ କରାଯାଇଛି।

ସେହିପରି ମୟୂରଭଞ୍ଜରୁ ୧୦୦, ନବରଙ୍ଗପୁରରୁ ୧୨୭, ନୟାଗଡାରୁ ୫୦, ନୂଆପଡ଼ାରୁ୪୩୭, ପୁରୀରୁ ୨୧୯, ରାୟଗଡାରୁ ୫୩, ସମ୍ବଲପୁରରୁ ୨୪୧, ସୋନପୁରରୁ ୨୨ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ଷ୍ଟେଟପୁଲ୍‌ରୁ ବାହାରିଛନ୍ତି୧୨୫ ଜଣ ରୋଗୀ।

ଖାଲି ରାଜ୍ୟ ନୁହେଁ, ଦେଶରେ ମଧ୍ୟ କରୋନା ସ୍ଥିତି ସଂଘାତିକ ହେଲାଣି। ମହାରାଷ୍ଟ ଏବଂ ଦିଲ୍ଲୀରେ ସବୁ ରେକର୍ଡ ଭାଙ୍ଗିଛି କରୋନା।  ଗତ ୨୪ ଘଣ୍ଟାରେ ମହାରାଷ୍ଟ୍ରରେ ୬୮ ହଜାର ୬୩୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ୫୦୩ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

ସେହିପରି ଦିଲ୍ଲୀରେ ଦିନକରେ ୨୫ ହଜାର ୪୬୨ ନୂଆ କେସ ଚିହ୍ନଟ ହୋଇଛନ୍ତି। କେବଳ ଦିଲ୍ଲୀରେ ୧୬୧ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହି ଦୁଇ ରାଜ୍ୟରେ ସଂକ୍ରମିତ ଏବଂ ମୃତ୍ୟୁ ସଂଖ୍ୟା ସର୍ବାଧିକ ରହିଛି। ୨୦୧୯ରୁ ଆଜି ଯାଏଁ ଏତେ ସଂଖ୍ୟାରେ ଆକ୍ରାନ୍ତ ଦିନକରେ କେବି ବି ଚିହ୍ନଟ ହୋଇନଥିଲେ। ବଢ଼ୁଥିବା ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟରେ ହସ୍ପିଟାଲ୍‌ରେ ବେଡ୍ ଓ ଅକ୍ସିଜେନ୍ ନିଅଣ୍ଟ ମୁଖ୍ୟ ସମସ୍ୟା ପାଲଟିଛନ୍ତି। ଗତକାଲି ଉଭୟ ରାଜ୍ୟ ସରକାର କେନ୍ଦ୍ର ପାଖରେ ଅଧିକରୁ ଅଧିକ ଅକ୍ସିଜେନ୍ ସିଲିଣ୍ଡର ଓ ରେମେଡସିର ଔଷଧ ପହଞ୍ଚାଇବାକୁ ଅନୁରୋଧ କରାଯାଇଛି

You might also like