ରାଜ୍ୟରେ ଚିହ୍ନଟ ହେଲେ ୨୦୬ କରୋନା ରୋଗୀ, ଜଣେ ମୃତ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୦୬ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୧୯ ଜଣ କ୍ୱାରେଣ୍ଟିନ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ ୮୭ ଲୋକାଲ କେସ ଥିବା ଜଣାଯାଇଛି। ୨୩ ଜିଲ୍ଲାରୁ ୨୦୬ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ୭ଟି ଜିଲ୍ଲାରୁ କେହି  ଚିହ୍ନଟ ହୋଇ ନା ଥିବା ସୂଚନା ଦେଇଛନ୍ତି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ।

ଆଜି ସୁନ୍ଦରଗଡ, ବଲାଙ୍ଗୀର ଓ ଅନୁଗୁଳରେ ୨୦ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅନୁଗୁଳରୁ ସର୍ବାଧିକ ୨୭ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ବଲାଙ୍ଗୀର ଓ ସୁନ୍ଦରଗଡରୁ ୨୬ ଜଣ ଲେଖାଏ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବାଲେଶ୍ୱରରୁ ୨, ବରଗଡରୁ ୧୬, ଭଦ୍ରକରୁ ୨,ସୋନପୁରରୁ ୩ ଜଣ ରୋଗୀଙ୍କୁ ଚିହ୍ନଟ କରାଯାଇଛି।

ସେହିପରି ବୌଦ୍ଧରୁ ୨, କଟକରୁ ୬, ଦେବଗଡରୁ ୧, ଢେଙ୍କାନାଳରୁ ୧, ଗଜପତିରୁ ୫, ଗଞ୍ଜାମରୁ ୩, ଯାଜପୁରରୁ ୧୦, ଝାରସୁଗୁଡାରୁ ୯, କେନ୍ଦ୍ରାପଡାରୁ ୪, କେନ୍ଦୁଝରରୁ ୭, ଖୋର୍ଦ୍ଧାରୁ ୧୮, ମୟୂରଭଞ୍ଜରୁ ୮, ନୂଆପଡ଼ାରୁ ୬, ପୁରୀରୁ ୪, ରାୟଗଡାରୁ ୧ ଏବଂ ସମ୍ବଲପୁରରୁ ୧୬ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି।

ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୧,୬୦୨ ହୋଇଥିବାବେଳେ ସୁସ୍ଥ ହୋଇ ଫେରିଛନ୍ତି ୩,୨୭,୫୩୪। ରାଜ୍ୟରେ ଆକ୍ଟିଭ କେସ ଅଛି ୨୧୨୪।

ସେହିପରି ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣକ ମାଲକାନଗିରି ଜିଲ୍ଲାର। ମୃତ୍ୟୁ ବେଳକୁ ତାଙ୍କ ୪୭ ବର୍ଷ ହୋଇଥିବାବେଳେ ସେ ଡାଇବେଟିସ ଓ ଆସ୍ତମା ରୋଗରେ ପୀଡିତ ଥିଲେ ବୋଲି ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ଏହକୁ ମିଶାଇ ରାଜ୍ୟରେ  କରୋନା ମୃତ୍ୟୁ ସଂଖ୍ୟା ୧୮୯୧ରେ ପହଞ୍ଚିଛି।

ସୂଚନାଥାଉ କି, ରାଜ୍ୟରେ କରୋନା ମୃତକଙ୍କ ସଂଖ୍ୟା କମୁଥିବା ଲକ୍ଷ୍ୟ କରାଯାଉଛି। ଗତକାଲି ୨ ଜଣଙ୍କର କରୋନାରେ ମୃତ୍ୟୁ ଘଟିଥିବାବେଳେ ଆଜି ଜଣଙ୍କର ମୃତ୍ୟୁ ଘଟିଛି।

 

You might also like