• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ନିଦ ହଜାଇ ଦେଇଛି। ପ୍ରତିଦିନ ନୂଆ  କରୋନା ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢିବାରେ ଲାଗିଛି।  ଦୀର୍ଘମାସ ପରେ ଗତକାଲି ସଂକ୍ରମିତଙ୍କ ସଂଖ୍ୟା ୧୫୦ ଟିପିଥିଲାବେଳେ ଆଜି ୨୦୦ ଟପିଛି। ଗତ କାଲି ରାଜ୍ୟରୁ ୧୭୦ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିଲା। ଆଜି ରୋଗଙ୍କ ସଂଖ୍ୟା ବୃଦ୍ଧି ପାଇଁ ୨୧୪ ଛୁଇଁଛି। ୧୨୬ ଜଣ କ୍ୱାରେଣ୍ଟିନରେ ଥିବାବେଳେ୮୮ ଟି ଲୋକାଲ କେସ ଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। 

ଏଠି କହିରଖିବୁ, ଗତକାଲି ୩୦ ହଜାର ୭୨୯ ନମୁନା ପରୀକ୍ଷଣ କରାଯାଇଥିଲା।  ଆଜି  ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି  ସୁନ୍ଦରଗଡ଼ରୁ  ୨୭, ବଲାଙ୍ଗିର ଓ କଟକରୁ ୨୦ ଲେଖାଏଁ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ
ବରଗଡ଼ରୁ ୧୩ ଓ ବାଲେଶ୍ୱରରୁ ୧୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଢେଙ୍କାନାଳ, କୋରାପୁଟ, ସମ୍ବଲପୁରରୁ ୧୦ ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି।
ଆଜିର ସଂଖ୍ୟାକୁ ମିଶାଇବା ପରେ ରାଜ୍ୟରେ ଆକ୍ରାନ୍ତ ସଂଖ୍ୟା ୩ ଲକ୍ଷ ୩୯ ହଜାର ୪୬୦କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ଆକ୍ଟିଭ କେସ୍‌ ୧୧୫୧ ଥିବାବେଳେ ସୁସ୍ଥ ହେଲେଣି ୩ ଲକ୍ଷ ୩୬ ହଜାର ୩୩୭ ଆକ୍ରାନ୍ତ।

ସୂଚନାଥାଉ କି, ଆଜି ଭୁବନେଶ୍ୱର କେନ୍ଦ୍ରୀୟ ବିଦ୍ୟାଳୟରୁ ଜଣେ ଛାତ୍ର କରୋନା ପଜିଟିଭ ବାହାରିଛନ୍ତି। ଏହି ଖବର ଜାଣିବା ପରେ ସହରବାସୀଙ୍କ ଚିନ୍ତା ବଢି ଯାଇଛି।

ଏଠି କହିରଖିବୁ, ଆଜି ଦେଶରେ ୫୩, ୪୭୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ  କରୋନାରେ୨୫୧ ଜଣ ଜୀବନ ଯାଇଛି ।

nbsp;

 

Corona-updates-odisha-today-25th-march-2021
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories