କରୋନା ମୁକ୍ତ ହେଲେ ୬ ଜିଲ୍ଲା, ତଥାପି ୩୨୫ ନୂଆ ରୋଗୀ ଚିହ୍ନଟ, ୩ ମୃତ

ଭୁବନେଶ୍ୱର: କରୋନା ପ୍ରଭାବ ଓଡ଼ିଶାରେ ହ୍ରାସ ପାଇଥିଲେ ହେଁ ସଂକ୍ରମଣ ହାରରେ ପରିବର୍ତ୍ତନ ହେଉନାହିଁ। ଗତ କିଛି ଦିନ ଧରି ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୩୦୦ରୁ ଊର୍ଦ୍ଧ୍ୱ ରହୁଛି। ଆଜି ମଧ୍ୟ ରାଜ୍ୟରୁ ୩୨୫ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହି ନୂଆ ସଂକ୍ରମିତମାନେ ୨୪ ଜିଲ୍ଲାରୁ ଚିହ୍ନଟ କରାଯାଇଛି। ମାନଙ୍କ ମଧ୍ୟରୁ ୧୮୭  କ୍ୱାରେଣ୍ଟିନ ସେଣ୍ଟରରୁ ହୋଇଥିବାବେଳେ ୧୩୮ ଲୋକାଲ କେସ୍‌ ଥିବା ଜଣାଯାଇଛି। ଏ ନେଇ ସୂଚନା ଦେଇଛି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ।

ସେହିପରି ୩ ଜଣ କରୋନା ରୋଗୀ ଆଜି  ଆଖି ବୁଜିଛନ୍ତି।

ଆଜିର ନୂଆ ତାଲିକା ଅନୁଯାୟୀ, ଖୋର୍ଦ୍ଧାରେ ସବୁଠାରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ୩୬ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ସୁନ୍ଦରଗଡରେ ୩୩, ଅନୁଗୁଳରେ ୩୨, ବାଲେଶ୍ୱରରୁ ୨୮, ବରଗଡରୁ ୧୮, ଭଦ୍ରକରୁ ୪, ବଲାଙ୍ଗୀରରୁ ୧୨, କଟକରୁ ୧୯, ଦେବଗଡରୁ ୪, ଢେଙ୍କାନାଳରୁ ଜଣେ, ଗଞ୍ଜାମରୁ ୫, ଜଗତସିଂହପୁରରୁ ୧, କେନ୍ଦ୍ରପଡାରୁ ୧୦, ଝାରସୁଗୁଡାରୁ ୧୧, ଯାଜପୁରରୁ ୧୭, ସୋନପୁରରୁ ୨, ସମ୍ବଲପୁରରୁ ୨୧, ପୁରୀରୁ ୪, ନୂଆପଡାରରୁ ୧୮, ନୟାଗଡରୁ ୪, ନବରଙ୍ଗପୁରରୁ ୨, ମୟୂରଭଞ୍ଜରୁ ୧୮, କେନ୍ଦୁଝରରୁ ୧୧ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି।

ତେବେ ୬ଟି ଜିଲ୍ଲା କରୋନା ମୁକ୍ତ ହୋଇଛି। ବୌଦ୍ଧ, ଗଜପତି, କୋରାପୁଟ, ମାଲକାନଗିରି, ରାୟଗଡ଼ା ଓ କନ୍ଧମାଳରୁ କେହି ଜଣେ ବି ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି। ।

ସୂଚନା ଥାଉ କି, ଗତକାଲି ରାଜ୍ୟରେ ୨୬୩ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।  ସେମାନଙ୍କ ମଧ୍ୟରୁ ୧୫୧ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ଗତକାଲି ମଧ୍ୟ ୮ଟି ଜିଲ୍ଲାରୁ କେହି କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ନ ଥିଲେ। ଗତକାଲି ନୟାଗଡ ଓ ସୋନପୁରରୁ କେହି କରୋନା ରୋଗୀ ମିଳି ନ ଥିଲେ ହେଁ ଆଜି ଏହି ଦୁଇ ଜିଲ୍ଲାରୁ ଯଥାକ୍ରମେ ୪ ଓ ୨ ଜଣ କରୋନା ରୋଗୀ ମିଳିଛନ୍ତି।

ସେହିପରି ଆଜି ୩ ଜଣ କରୋନା ରୋଗୀ ରାଜ୍ୟରେ ଆଖି ବୁଜିଛନ୍ତି। ମୃତକ ୩ ଜଣ ବାଲେଶ୍ୱର, ଭୁବନେଶ୍ୱର ଓ ଢେଙ୍କାନାଳର। ଢେଙ୍କାନାଳରୁ ଆଖିବୁଜି ଥିବା ବ୍ୟକ୍ତିଙ୍କ ବୟସ ୪୭ ବର୍ଷ। ସେହିପରି ଭୁବନେଶ୍ୱରରୁ ୭୦ ବର୍ଷୀୟ ଜଣେ ମହିଳା ଓ ବାଲେଶ୍ୱରରୁ ୫୫ ବର୍ଷୀୟ ବ୍ୟକ୍ତି ଆଖି ବୁଜିଛନ୍ତି।

 

You might also like