ପୁଣି ସାମ୍ନାକୁ ଆସିଲା କରୋନା ମୃତ୍ୟୁ ଖବର; ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୮ ଜଣ ରୋଗୀ
ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଆଜି ପୁଣି ଉପରମୁହାଁ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୮୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନ ସେଣ୍ଟରରୁ ୫୧ ଜଣ ଚିହ୍ନଟ ହୋଇଥିବାବେଳେ ଲୋକାଲ କଣ୍ଟାକ୍ଟ ୩୭ ଥିବା ଜଣାଯାଇଛି। ସମସ୍ତ ରୋଗୀ ୧୮ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି। ଏ ନେଇ ସୂଚନା ଦେଇଛି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ।
ଅନ୍ୟପକ୍ଷେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ପ୍ରାୟ ନ ଥିବାବେଳେ ଆଜି ଦୀର୍ଘଦିନ ବ୍ୟବଧାନ ପରେ ଜଣେ ରୋଗୀଙ୍କର ମୃତ୍ୟୁ ଘଟିଛି। ମୃତକ ଜଣକ ସମ୍ବଲପୁର ଜିଲ୍ଲାର ବୋଲି ଜଣାପଡ଼ିଛି।
ଆଜି ସୁନ୍ଦରଗଡ଼ରୁ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଠାରୁ ୨୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ସେହିପରି ଅନୁଗୁଳରୁ ୩, ବାଲେଶ୍ୱରରୁ ୪, ବରଗଡରୁ ୧୦, ବୌଦ୍ଧ, କଟକ, ଦେବଗଡ, କଳାହାଣ୍ଡି, ନୟାଗଡ, ବଲାଙ୍ଗୀରରୁ ଜଣେ ଲେଖାଏ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ଅନ୍ୟପକ୍ଷେ ଯାଜପୁରରୁ ୪, କେନ୍ଦୁଝରରୁ ୫, ଖୋର୍ଦ୍ଧାରୁ ୩, ମୟୂରଭଞ୍ଜରୁ ୭, ନୂଆପଡାରୁ୨, ସମ୍ବଲପୁରରୁ ୪, ଓ ପୁରୀରୁ ୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଷ୍ଟେଟ ପୁଲ୍ରୁ ଜଣେ ପଜିଟିଭ ଚିହ୍ନଟ ହୋଇଛନ୍ତି।
ହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୬,୨୬୨ ହୋଇଥିବାବେଳେ ସୁସ୍ଥ ହୋଇ ଫେରିଛନ୍ତି ୩,୩୩,୫୫୪ ଜଣ। ରାଜ୍ୟରେ ବର୍ତ୍ତମାନ ଆକ୍ଟିଭ କେସ ଅଛି ୭୪୪।
ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୬,୨୬୨ ହୋଇଥିବାବେଳେ ସୁସ୍ଥ ହୋଇ ଫେରିଛନ୍ତି ୩,୩୩,୫୫୪ ଜଣ। ରାଜ୍ୟରେ ବର୍ତ୍ତମାନ ଆକ୍ଟିଭ କେସ ଅଛି ୭୪୪। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୃତ୍ୟୁ ସଂଖ୍ୟା୧, ୯୧୧କୁ ବୃଦ୍ଧି ପାଇଛି।
ରାଜ୍ୟରେ ଆରମ୍ଭ ହୋଇଛି ସ୍ୱାସ୍ଥ୍ୟକର୍ମୀଙ୍କ ଦ୍ୱିତୀୟ ଡୋଜ୍ କୋଭିଡ ଟୀକାକରଣ କାର୍ଯ୍ୟକ୍ରମ। ବର୍ତ୍ତମାନ ସୁଦ୍ଧା ପ୍ରଥମ ଡୋଜ ଟିକା ନେଇଛନ୍ତି ୪ ଲକ୍ଷରୁ ଅଧିକ ଲୋକ । ଏହା ସ୍ୱାସ୍ଥ୍ୟକର୍ମୀଙ୍କ ଟୀକାକରଣ ପାଇଁ ଧାର୍ଯ୍ୟଲକ୍ଷ୍ୟର ପାଖାପାଖି ୯୦ ପ୍ରତିଶତ। କ୍ୟାପିଟାଲ ହସ୍ପିଟାଲ ନିର୍ଦେଶକ ଲଷ୍ମୀଧର ସାହୁ ଆଜି ଦ୍ୱିତିୟ ଡୋଜ୍ କୋଭିଡ ଟିକା ନେଇଥିଲେ ।
Covid-19 Report For 14th Feb, 2021
New Positive Cases : 88
In quarantine: 51
Local contacts: 37(Details of local contacts will be shared by concerned Dist Administration)
District Wise Cases:
1. Angul: 3
2. Balasore: 4
3. Bargarh: 10
4. Balangir: 1
5. Boudh: 1— I & PR Department, Odisha (@IPR_Odisha) February 15, 2021