ରାଜ୍ୟରେ ଚିହ୍ନଟ ହେଲେ ୩୩୨ କରୋନା ରୋଗୀ, ଆଖିବୁଜିଲେ ୪

ଭୁବନେଶ୍ୱର: ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଛନ୍ତି ୩୩୨ କରୋନା ରୋଗୀ। ସେମାନଙ୍କ ମଧ୍ୟରୁ ୧୮୯ କ୍ୱାରେଣ୍ଟିନ କେସ ଥିବାବେଳେ ୧୪୩ ଲୋକାଲ କେସ ଥିବା ଜଣାଯାଇଛି। ସେହପରି ରାଜ୍ୟରୁ  ୪ ଜଣ କରୋନା ରୋଗୀ ଆଖି ବୁଜିଛନ୍ତି।

ଆଜି ୨୭ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୩୩୨  କରୋନା ରୋଗୀ। ଆଜି ସୁନ୍ଦରଗଡରୁ ସର୍ବାଧିକ  ୫୧ ରୋଗୀ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୋଳରୁ ୩୫, ଖୋର୍ଦ୍ଧାରୁ ୨୯, ମୟୂରଭଞ୍ଜରୁ୨୨, କଟକରୁ ୨୭ ପୁରୀରୁ ୧୧ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି।

ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୩,୨୪,୦୮୯ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୩୧୯୦୬୯ । ରାଜ୍ୟରେ ଆକ୍ଟିଭ କେସ୍‌ ଅଛି ୩୧୫୬।

ଆଜି ୪ ମୃତକଙ୍କ ମଧ୍ୟରେ ଜଣେ ୩୨ ବର୍ଷୀୟ ମହିଳା ଅଛନ୍ତି। ତାଙ୍କ ଘର ଢେଙ୍କାନାଳରେ। ଏହା ସହିତ ଭୁବନେଶ୍ୱର, ଗଞ୍ଜାମ, ଝାରସୁଗୁଡାରୁ ଜଣେ ଲେଖାଏ କରୋନା ରୋଗୀ ଆଖି ବୁଜିଛନ୍ତି।

You might also like