ଓଡ଼ିଶାରେ କରୋନା ସ୍ଥିତି: ୨୯ ଜିଲ୍ଲାରୁ ବାହାରିଲେ ୨, ୪୯୬
ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ଓଡ଼ିଶାରେ ସର୍ବାଧିକ ୨, ୪୯୬କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ୨୯ ଜିଲ୍ଲାରୁ ଚିହ୍ନଟ ୨, ୪୯୬ଆକ୍ରାନ୍ତଙ୍କ ମଧ୍ୟରୁ ୧, ୫୯୧କ୍ୱାରେଣ୍ଟିନ କେସ ହୋଇଥିବାବେଳେ ୯୦୫ ଲୋକାଲ କେସ ରହିଛି। ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ।
ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରେ ଅଛନ୍ତି ସର୍ବାଧିକ। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୭୮ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ପଛକୁ ରହିଛି ଗଞ୍ଜାମ। ଶୁକ୍ରବାର ଏଠାରୁ ୩୨୭ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ବାଲେଶ୍ୱରରୁ ୧୬୫, ସୁନ୍ଦରଗଡରୁ ୧୫୬, ରାଗୟଡା ୧୪୬, କୋରାପୁଟରୁ ୧୩୩, କଟକରୁ ୧୨୮, ଭଦ୍ରକରୁ ୧୦୨ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।
ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୫୭, ୧୨୭ ରେ ପହଞ୍ଚିଛି।
Covid-19 Report For 14th August
New Positives Cases: 2496
In quarantine: 1591
Local contacts: 905(Details of local contacts will be shared by concerned District Administration)
District Wise Cases
1. Angul: 12
2. Balasore: 165
3. Bargarh: 36
4. Bhadrak: 102
5. Balangir: 92— I & PR Department, Odisha (@IPR_Odisha) August 15, 2020