କୋଭିଡ-୧୯ ସଂକ୍ରମଣରେ ଓଡ଼ିଶାର ସ୍ଥାନ ୧୯

ଭୁବନେଶ୍ୱର: ସାରା ବିଶ୍ୱ ଏପରିକି ସମଗ୍ର ଦେଶରେ କରୋନା ସଂକ୍ରମଣ ହାର ମାର୍ଚ୍ଚ ୨୫ତାରିଖ ପରଠାରୁ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଆମେରିକା ପରି ଶକ୍ତିଶାଳୀ ରାଷ୍ଟ୍ର ବି କରୋନା ପାଖରେ ଯେମିତି ହାର ମାନି ଯାଇଛି। ଦିନକୁ ଦିନ ଏଠାରେ ମୃତକଙ୍କ ସଂଖ୍ୟା ବଢି ଚାଲିଛି। ଏପରିକି ଗତ ୨୪ ଘଣ୍ଟାରେ ପ୍ରାୟ ୨୫ ଶହ ଲୋକଙ୍କ ଜୀବନ ଯାଇଛି। ଏପରି ପରିସ୍ଥିତିରେ ଓଡ଼ିଶା ପାଇଁ ଆଶ୍ୱାସନାର ଖବର ଯେ, ଆମ ରାଜ୍ୟରେ କୋଭିଡ-୧୯ ସଂକ୍ରମଣର ହାର ଖୁବ୍‌ ଧୀମା ରହିଛି।

ତକାଲି ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ଏନଏଚଏମ୍ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ କହିଥିଲେ,  ସମଗ୍ର ଦେଶରେ କରୋନା ପଜିଟିଭ୍ ହାର ପ୍ରାୟ ୫.୦୨ ପ୍ରତିଶତ ଥିବାବେଳେ ଓଡ଼ିଶାରେ ଏହାର ହାର ମାତ୍ର ୧.୦୮ ପ୍ରତିଶତ ରହିଛି ।ଦିଲ୍ଲୀରେ ସଂକ୍ରମଣ ହାର ସର୍ବାଧିକ ୧୦.୯୦ ପ୍ରତିଶତ ଓ ତାମିଲନାଡୁ ୯.୨୦ ପ୍ରତିଶତ ସହ ଦ୍ୱିତୀୟ ସ୍ଥାନରେ ରହିଛି। କିନ୍ତୁ ଓଡ଼ିଶା ୧୯ତମ ସ୍ଥାନରେ ରହିଛି ।

ସେହିପରି ଓଡ଼ିଶାରେ ମାର୍ଚ୍ଚ ୧୫ରେ ପ୍ରଥମ କରୋନା ପଜିଟିଭ୍ ରୋଗୀ ଚିହ୍ନଟ ହୋଇଥିବାବେଳେ ସମଗ୍ର ଦେଶରେ ଏହି ଦିନ ସଂକ୍ରମିତଙ୍କ ସଂଖ୍ୟା ୧୧୦ ଥିଲା । କିନ୍ତୁ ସାମାଜିକ ଦୂରତ୍ୱ ସହ ସବୁ ପ୍ରତିଷେଧକ ବ୍ୟବସ୍ଥା ନିଆଯାଇଥିବାରୁ ଓଡ଼ିଶାରେ ଏପ୍ରିଲ ୧୪ରେ ସଂକ୍ରମିତଙ୍କ ସଂଖ୍ୟା ମାତ୍ର ୬୦ ଥିବାବେଳେ ସମଗ୍ର ଦେଶରେ ଏହା ୧୦,୮୧୫ରେ ପହଞ୍ଚିଛି। 

ସୂଚନାଥାଉ କି, ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୦ରେ ପହଞ୍ଚି ଥିବାବେଳେ ପୂର୍ବରୁ ସେମାନଙ୍କ ମଧ୍ୟରୁ ୧୮ଜଣ ସୁସ୍ଥ ହୋଇଥିଲେ। ଗତକାଲି ରାତିରେ ଆଉ ଜଣେ ସୁସ୍ଥ ହେବାପରେ ଏହି ସଂଖ୍ୟା ୧୯ରେ ପହଞ୍ଚିଛି। ତେବେ କରୋନାରେ ଆକ୍ରାନ୍ତ ହୋଇ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। 

 

You might also like