୨୪ ଘଣ୍ଟାରେ ଚିହ୍ନଟ ହେଲେ ୩୪୯ କରୋନା ରୋଗୀ
ଭୁବନେଶ୍ୱର : ରାଜ୍ୟରେ କରୋନା ପ୍ରଭାବ କମୁଥିଲେ ବି ଭୟ କମିନି। ଏବେ ବି ଦୈନିକ ୩୦୦ରୁ ଅଧିକ କରୋନା ରୋଗୀ ଚିହ୍ନଟ ହେଉଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ୩୪୯ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନ ସେଣ୍ଟରରୁ ୧୯୮ ଏବଂ ଲୋକାଲ କେସ ୧୫୧ ଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ କୁହାଯାଇଛି।
ଆଜି ଆକ୍ରାନ୍ତଙ୍କ ତାଲିକାରେ ଉପରେ ରହିଛି ସୁନ୍ଦରଗଡ। ଏଠାରୁ ସର୍ବାଧିକ ୪୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ତା ପଛକୁ ରହିଛି ଖୋର୍ଦ୍ଧା। ଖୋର୍ଦ୍ଧାରେ ସଂକ୍ରମିତଙ୍କ ସଂଖ୍ୟା ୪୪ ଥିବାବେଳେ କଟକରେ ୨୨, ବାଲେଶ୍ୱରରେ ୨୩, ଅନୁଗୁଳରେ ୨୬, ମୟୂରଭଞ୍ଜ ଓ ଝାରସୁଗୁଡାରେ ୧୮ ଜଣ ଲେଖାଏ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୨୧,୯୧୩ ଛୁଇଁଥିବାବେଳେ ଆକ୍ଟିଭ କେସ ୩୬୨୯ ରହିଛି। ସେହିପରି ସୁସ୍ଥ ହୋଇଥିବା ରୋଗୀଙ୍କ ସଂଖ୍ୟା ୩,୧୬,୪୪୭ ରହିଛି।