୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୩୦ କରୋନା ରୋଗୀ, ମୃତ୍ୟୁ ସଂଖ୍ୟା ୧
ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୩୦ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଏମାନଙ୍କ ମଧ୍ୟରୁ ୧୩୪ ଜଣ କ୍ୱାରେଣ୍ଟିନ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ ୯୬ ରହିଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ଅନ୍ୟପକ୍ଷେ ଗତକାଲି କରୋନାରେ କାହାରି ମୃତ୍ୟୁ ଘଟି ନ ଥିବାବେଳେ ଆଜି ଜଣଙ୍କର ମୃତ୍ୟୁ ଘଟିଛି। ଏ ନେଇ ସୂଚନା ଦେଇଛି ଏ ନେଇ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ।
ଆଜି ସର୍ବାଧିକ ଆକ୍ରାନ୍ତ ସୁନ୍ଦରଗଡରୁ ଚିହ୍ନଟ ହୋଇଛନ୍ତି। ଏଠାରୁ ୩୦ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ଅନୁଗୋଳରୁ ୨୪, ବାଲେଶ୍ୱରରୁ ୧୦, ବରଗଡରେ ୧୭ ଏବଂ ବାଲେଶ୍ୱରରୁ ୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି ବଲାଙ୍ଗିରୁ ୧୮, ବୌଦ୍ଧରୁ ୨, କଟକରୁ ୧୨, ଦେବଗଡ, କଳାହାଣ୍ଡିରୁ ୧, ଗଞ୍ଜାମରୁ ୪, ଜଗତ୍ସିଂହପୁରରୁ ୫, ଯାଜପୁରରୁ ୧୫, ଝାରସୁଗୁଡ଼ା ୧୪, କେନ୍ଦ୍ରାପଡ଼ାରୁ ୬, ଖୋର୍ଦ୍ଧାରୁ ୧୨, ମୟୂରଭଞ୍ଜରୁ ୧୧, ନୂଆପଡାରୁ ୧୧, ପୁରୀରୁ ୧୦ ଏବଂ ସମ୍ବଲରପୁରରୁ ୧୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୩୧,୧୫୧ ଥିବାବେଳେ ସୁସ୍ଥ ହୋଇ ଫେରିଛ୍ତି ୩,୨୭,୦୦୮। ବର୍ତ୍ତମାନ ଆକ୍ଟିଭ କେସ ଅଛି ୨,୨୦୨।
ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଅନୁଯାୟୀ, ଖୋର୍ଦ୍ଧାରୁ ଜଣେ ୭୦ ବର୍ଷ ବୟସ୍କ ବୃଦ୍ଧଙ୍କର କରୋନାରେ ମୃତ୍ୟୁ ଘଟିଛି। ସେ ପୂର୍ବରୁ ଲିଭର ଏବଂ କୀଡ୍ନୀ ରୋଗରେ ଆକ୍ରାନ୍ତ ଥିଲେ। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୮୮୮ରେ ପହଞ୍ଚିଛି।
Covid-19 Report For 6th January, 2021
New Positive Cases : 230
In quarantine: 134
Local contacts: 96(Details of local contacts will be shared by concerned District Administration)
District Wise Cases:
1. Angul: 24
2. Balasore: 10
3. Bargarh: 17
4. Bhadrak: 2— I & PR Department, Odisha (@IPR_Odisha) January 7, 2021
Regret to inform the demise of 70 year old male Covid positive patient of Khordha district who was also suffering from Chronic Liver Disease with Pulmonary Hypertension & Chronic Kidney Disease.
— H & FW Dept Odisha (@HFWOdisha) January 7, 2021