୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୨ କରୋନା ରୋଗୀ

ଭୁବନେଶ୍ୱର:ରାଜ୍ୟରେ ଆଜିଠାରୁ ସମ୍ମୁଖ ଯୋଦ୍ଧାଙ୍କୁ ଟିକା ଦିଆ ଯାଉଥିବାବେଳେ ଗତ ୨୪ ଘଣ୍ଟା ମଧ୍ୟରେ ୮୨ ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଖୁସିର କଥା, ଆଜି ୧୦ ଜିଲ୍ଲାରୁ କୌଣସି ନୂଆ କରୋନା ରୋଗୀ ଚିହ୍ନଟ ହୋଇ ନାହାନ୍ତି।  ଏମାନଙ୍କ ମଧ୍ୟରୁ ୪୯ କ୍ୱାରେଣ୍ଟିନ ସେଣ୍ଟରର ହୋଇଥିବାବେଳେ ଲୋକାଲ କଣ୍ଟାକ୍ଟ ୩୩ ଜଣ ଅଛନ୍ତି। ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ।

ଆଜି ୨୦ ଜିଲ୍ଲାରୁ ସମସ୍ତ ୮୨ ରୋଗୀ ଚିହ୍ନଟ ହୋଇଛନ୍ତି।  ସୁନ୍ଦରଗଡ ଜିଲ୍ଲାରୁ ସର୍ବାଧିକ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏଠାରୁ ୧୫ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ଅନୁଗୁଳରୁ ୯, ଦେବଗଡ,ଯାଜପୁର, ବାଲେଶ୍ୱରରୁ ୩ ଜଣ ଲେଖାଏ, ବରଗଡରୁ ୬, ମୟୂରଗଞ୍ଜ, ବଲାଙ୍ଗିର ଓ କଟକରୁ ୫ ଜଣ ଲେଖାଏ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି।

ସେହିପରିନୂଆପଡ଼ା, କଳାହାଣ୍ଡି, ଗଜପତିରୁ ଜଣେ ଲେଖାଏ, ପୁରୀ, ରାୟଗଡ଼ା, କେନ୍ଦୁଝର, ଗଞ୍ଜାମ, ସୋନପୁର, ଝାରସୁଗୁଡ଼ାରୁ ୨ଜଣ ଲେଖାଏ, ସମ୍ବଲପୁରରୁ ୭ ଜଣ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି। ଷ୍ଟେଟ ପୁଲ୍‌ରୁ ଜଣେ ରୋଗୀ ଚିହ୍ନଟ ହୋଇଛନ୍ତି।

ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା  କରୋନା ରୋଗୀ ସଂଖ୍ୟା ୩,୩୫,୫୪୮ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩, ୩୨,୭୩୩ ଜଣ। ରାଜ୍ୟରେ ଆକ୍ଟିଭ କେସ ଅଛି ୮୫୩।

ସୂଚନାଥାଉ କି, ରାଜ୍ୟରେ ଆଜିଠୁ  ଆଗଧାଡ଼ିର କରୋନା ଯୋଦ୍ଧାଙ୍କୁ ଦିଆଯାଉଛି କୋଭିଡ୍ ଟିକା। ବରିଷ୍ଠ ପୋଲିସ ଅଧିକାରୀଙ୍କ ସହିତ ସବୁ ଜିଲ୍ଲାର ଜିଲ୍ଲାପାଳ, ଏସ୍‌ପି ଏବଂ ବରିଷ୍ଠ ଅଧିକାରୀମାନେ ଟିକା ନେଉଛନ୍ତି । ଏମିତିକି ବରିଷ୍ଠ ଅଧିକାରୀମାନେ ଟିକା ନେବା ବେଳର ଫଟୋ ଟ୍ୱିଟରରେ ଅପଲୋଡ୍ କରିବେ । ଏହା ଦ୍ୱାରା ଲୋକେ ସଚେତନ ହେବେ, ସେମାନଙ୍କ ମନରୁ ଡର ଦୂର ହୋଇ ଆତ୍ମବିଶ୍ୱାସ ବଢିବ ବୋଲି ଆଶା କରାଯାଉଛି ।

 

 

You might also like