୧୮ ଜିଲ୍ଲାରୁ ଚିହ୍ନଟ ହେଲେ ୮୭ ନୂଆ କରୋନା ରୋଗୀ
ଭୁବନେଶ୍ୱର: ଆଜି ରାଜ୍ୟରେ ୮୭ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନ ସେଣ୍ଟରରୁ ୫୧ ଜଣ ଚିହ୍ନଟ ହୋଇଥିବାବେଳେ ଲୋକାଲ କଣ୍ଟାକ୍ଟ ଅଛି ୩୬। ସମସ୍ତ ନୂଆ ରୋଗୀ ୧୮ଟି ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛନ୍ତି।
ଆଜି ସର୍ବାଧିକ ରୋଗୀ ଚିହ୍ନଟ ହୋଇଛନ୍ତି ସୁନ୍ଦରଗଡ଼ ଜିଲ୍ଲାରୁ। ଏହି ଜିଲ୍ଲାରୁ ୨୪ ଘଣ୍ଟା ମଧ୍ୟରେ ୨୬ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ସେହିପରି ବରଗଡ଼ ଓ ଯାଜପୁରରୁ ୨ଜଣ ଲେଖାଏ, ବଲାଙ୍ଗିର, ଜଗତ୍ସିଂହପୁର, କେନ୍ଦୁଝର, ଗଜପତି, କୋରାପୁଟ ଓ ଦେବଗଡ଼ରୁ ଜଣେ ଲେଖାଏ, କଟକ ଓ ସମ୍ବଲପୁରରୁ ୬ ଜଣ ଲେଖାଏ, ଗଞ୍ଜାମ, ରାୟଗଡାରୁ ୪ ଜଣ ଲେଖାଏ, ଝାରସୁଗୁଡାରୁ ୩, ଖୋର୍ଦ୍ଧାରୁ ୭, ମୟୂରଭଞ୍ଜରୁ ୯, ପୁରୀରୁ ୮ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ସେହିପରି ଷ୍ଟେଟ ପୁଲ୍ରୁ ୩ ଜଣ ଚିହ୍ନଟ ହୋଇଛନ୍ତି।
ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୫, ୩୬୯ ଛୁଇଁଥିବାବେଳେ ସୁସ୍ଥ ହୋଇ ଫେରିଛନ୍ତି ୩,୩୨,୪୯୯ । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ଆକ୍ଟିଭ କେସ ରହିଛି ୯୧୦।
ସୂଚନାଥାଉ କି, ଗତକାଲି ମଧ୍ୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ତଳେ ଥିଲା। ଗତକାଲି ୧୮ ଜିଲ୍ଲାରୁ ମୋଟ୍ ୭୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।
17. Sambalpur: 6
18. Sundargarh: 26
19. State Pool: 3New recoveries: 122
Cumulative tested: 7796219
Positive: 335369
Recovered: 332499
Active cases: 910— I & PR Department, Odisha (@IPR_Odisha) February 4, 2021
ଅନ୍ୟପକ୍ଷେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ବୁଧବାର ଜାରି କରାଯାଇଥିବା ସୂଚନା ଅନୁଯାୟୀ, ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୦୭,୭୭, ୨୮୪ରେ ପହଞ୍ଚିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୧, ୦୩୯ ନୂଆ ମାମଲା ସାମ୍ନାକୁ ଆସିଛି। ସେହପରି ଦେଶରେ ୨୪ ଘଣ୍ଟା ମଧ୍ୟରେ ୧୪, ୨୨୫ ଜଣ ରୋଗୀ ସୁସ୍ଥ ହୋଇ ଫେରିଛନ୍ତି ଏବଂ ୧୧୦ ଜଣଙ୍କ ମୃତ୍ୟୁ ଘଟିଛି। ବର୍ତ୍ତମାନ ଦେଶରେ ଆକ୍ଟିଭ କେସ ରହିଛି ୧, ୬୦, ୦୫୭। ତେବେ ଖୁସିର କଥା, ଦେଶରେ ସୁସ୍ଥ ହାର ୯୭.୦୮% ରହିଛି। ସେହିପରି ପଜଟିଭିଟି ରେଟ ୧.୪୯% ଥିବାବେଳେ ଡେଥ୍ ହାର ୧.୪୩% ରହିଛି।
ଭାରତ ସମେତ ବିଶ୍ୱର ୧୮୦ରୁ ଅଧିକ ଦେଶରେ କରୋନା ସଂକ୍ରମଣ ଭୟଙ୍କର ରୂପ ନେଇଛି। ବର୍ତ୍ତମାନ ସୁଦ୍ଧା ବିଶ୍ୱରେ ୧୦,୩୪ କୋଟିରୁ ଅଧିକ ଲୋକଙ୍କୁ ଏହି ମହାମାରୀ ଭାଇରାସ ନିଜ କବ୍ଜାକୁ ନେଇଛି। ସେତିକୁ ନୁହେଁ, କରୋନା ମହାମାରୀ ବିଶ୍ୱରୁ ୨୨.୩୭ ଲକ୍ଷ ଜୀବନ ନେଇ ସାରିଲାଣି।