• translate
Minati Mishra

ଭୁବନେଶ୍ୱର: ରାଜ୍ୟରେ ୫୦୦ ତଳକୁ ଖସିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା।   ଗତ ୨୪ ଘଣ୍ଟାରେ ରାଜ୍ୟରେ ୪୧୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟିନ ସେଣ୍ଟରରୁ ୨୪୧ ଓ ଲୋକାଲ କେସ ୧୭୭ ଥିବା ଜଣାଯାଇଛି। ୨୯ଟି ଜିଲ୍ଲାରୁ ୪୧୮ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ତେବେ କୌଣସି ଜିଲ୍ଲାର ରୋଗୀ ସଂଖ୍ୟା ୫୦ ଟପି ନ ଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଜଣାଯାଇଛି।

Corona Updates in Odisha

ସୁନ୍ଦରଗଡରେ ସର୍ବାଧିକ ୪୧ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ମୟୂରଭଞ୍ଜରୁ ୩୨, ଅନୁଗୁଳରୁ ୩୪ ରୋଗୀ ବାହାରିନ୍ତି। ଖୋର୍ଦ୍ଧା ରୁ ୨୩ ଓ କଟକରୁ ୨୫ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି।

ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୧୮,୭୨୫ ଥିବାବେଳେ ଆକ୍ଟିଭ କେସ ଅଛି ୫୬୭୭ ଓ ସୁସ୍ଥ ହୋଇଛନ୍ତି ୩,୧୧,୨୫୬।

ଆହୁରି ପଢ଼ନ୍ତୁ:କରୋନା ମୃତ୍ୟୁ ସଂଖ୍ୟା କମିଲା; ୫ ରୋଗୀ ଆଖି ବୁଜିଲେ

Other Stories