ପୁଣି ବଢିଲା କରୋନା ସଂକ୍ରମିତଙ୍କ ସଂଖ୍ୟା, ଚିହ୍ନଟ ହେଲେ ୩୦୫ ରୋଗୀ, ଆଖି ବୁଜିଲେ ୩
ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଆଜି ପୁଣି ବଢିଛି। ଗତ ୨ ଦିନ ଧରି ସଂକ୍ରମିତଙ୍କ ସଂଖ୍ୟା ୩୦୦ ତଳେ ଥିବାବେଳେ ଆଜି ୩୦୦ ଟପିଛି। ଆଜି ୨୮ ଜିଲ୍ଲାରୁ ୩୦୫ ଜଣ କରୋନା ରୋଗୀ ଚିହ୍ନଟ ହୋଇଛି। ଏମାନଙ୍କ ମଧ୍ୟରୁ ୧୭୪ ଜଣ କ୍ୱାରେଣ୍ଟିନ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ ୧୩୧ ଲୋକାଲ କେସ୍ ଥିବା ଜଣାଯାଇଛି। ଏ ନେଇ ସୂଚନା ଦେଇଛି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ।
ଅନ୍ୟପକ୍ଷେ ଆଜି ରାଜ୍ୟରୁ ୩ ଜଣ କରୋନା ରୋଗୀ ଆଖି ବୁଜିଛନ୍ତି। ଏ ନେଇ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୮୭୧ ଛୁଇଁଛି।
ଆଜି ସର୍ବାଧିକ କରୋନା ରୋଗୀ ସୁନ୍ଦରଗଡ଼ ଓ ସମ୍ବଲପୁରରୁ ଚିହ୍ନଟ ହୋଇଛି। ଏହି ଦୁଇ ଜିଲ୍ଲାରୁ ୨୮ ଜଣ ଲେଖାଏ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। କଟକ ଓ ଖୋର୍ଦ୍ଧାରୁ ୨୩, ମୟୂରଭଞ୍ଜରୁ ୧୯, କେନ୍ଦୁଝରରୁ ୧୭, ଯାଜପୁରରୁ ୧୬, କେନ୍ଦ୍ରାପଡାରୁ ୧୦, ଝାରସୁଗୁଡ଼ାରୁ ୮, ଅନୁଗୋଳରୁ ୨୬, ବାଲେଶ୍ୱରରୁ ୧୪, ବଲାଙ୍ଗୀରରୁ ୧୬, ବରଗଡରୁ ୨୫ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି।
ଷ୍ଟେଟ୍ ପୁଲ୍ରୁ ୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାରୁ ଜଣେ ବି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି।
ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୨୯,୩୦୬ ଛୁଇଁଥିବାବେଳେ ସୁସ୍ଥ ହୋଇ ଫେରିଛନ୍ତି ୩,୨୪,୭୭୫ । ସୁସ୍ଥ ହୋଇ ଫେରିଛନ୍ତି ୨୬୦୭।
Covid-19 Report For 29th December
New Positive Cases: 305
In quarantine: 174
Local contacts: 131(Details of local contacts will be shared by concerned District Administration)
District Wise Cases:
1. Angul: 26
2. Balasore: 14
3. Bargarh: 25
4. Bhadrak: 2
5. Balangir: 16— I & PR Department, Odisha (@IPR_Odisha) December 30, 2020
ଗୋଟିଏ ପଟେ ଭାରତରେ କରୋନାର ପ୍ରଭାବ କମୁଥିବାବେଳେ ସେପଟେ କରୋନା ଭାଇରସର ନୂଆ ଷ୍ଟ୍ରେନ୍ ଧୀରେ ଧୀରେ ତାର ପାଦ ଭାରତରେ ରଖୁଛି। ବ୍ରିଟେନ୍ରୁ ଫେରିଥିବା ୨୦ ଯାତ୍ରୀଙ୍କ ପାଖରେ ବର୍ତ୍ତମାନ କରୋନା ନୂଆ ଷ୍ଟ୍ରେନ ମିଳିବା ପରେ ଚିନ୍ତା ବଢିଯାଇଛି। ଏବେ ଦେଶର ବିଭିନ୍ନ ସ୍ଥାନରୁ ୬ ଜଣ ବ୍ରିଟେନ ଫେରନ୍ତାଙ୍କୁ ଠାବ କରାଯାଇଛି ଯେଉଁମାନଙ୍କ ପାଖରେ କରୋନାର ନୂଆ ଷ୍ଟ୍ରେନ ଠାବ କରାଯାଇଛି। ସୂଚନାଥାଉ କି, କରୋନାର ନୂଆ ଷ୍ଟ୍ରେନ୍ ବ୍ରିଟେନ୍ରେ ହାହାକାର ସୃଷ୍ଟି କରିଛି। ଏହାକୁ ଦୃଷ୍ଟିରେ ରଖି ବ୍ରିଟେନରୁ ଭାରତକୁ ଆସୁଥିବା ସମସ୍ତ ଫ୍ଲାଇଟ୍କୁ ବାତିଲ କରାଯାଇଛି।