• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

ଭୁବନେଶ୍ୱର: ରାଜ୍ୟରେ ଆଜି ମଧ୍ୟ ୩୦୦ ତଳକୁ ଖସିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ତେବେ ଗତକାଲିଠାରୁ ଆଜି ଚିହ୍ନଟଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଗତକାଲି ୨୩୪ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ  ଆଜି ୨୬୩ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୫୧ ରୋଗୀ କ୍ୱାରେଣ୍ଟିନ ସେଣ୍ଟରରୁ ବାହାରିଥିବାବେଳେ ଲୋକାଲ କଣ୍ଟାକ୍ଟ ୧୧୨ ଅଛନ୍ତି। ସେହିପରି ଆଜି ୪ ଜଣ କରୋନା ରୋଗୀ ଆଖି ବୁଜିଛନ୍ତି।

ଆଜି ସୁନ୍ଦରଗଡର ସର୍ବାଧିକ ୩୨ ଜଣ କରୋନା  ରୋଗୀ ଚିହ୍ନଟ ହୋଇଛନ୍ତି। ସେହିପରି ବରଗଡରୁ ୨୩, ସମ୍ବଲପୁର ଓ ଅନୁଗୋଳରୁ ୨୦ , ବଲାଙ୍ଗରରୁ ୨୨ ରୋଗୀ ଚିହ୍ନଟ ହୋଇଛନ୍ତି। ବାଲେଶ୍ୱରରୁ ୧୯, କଟକରୁ ୭, ଜଗତ୍‌ସିଂହପୁରରୁ ୨, କେନ୍ଦ୍ରାପଡାରୁ ୧୦, ଖୋର୍ଦ୍ଧାରୁ ୧୯, ମୟୂରଭଞ୍ଜରୁ ୧୦ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି।

ଏହାକୁ ମିଶାଇ ରାଜ୍ୟରେ ୩୨୯୦୦୧ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ସୁସ୍ଥ ହୋଇ ଫେରିଛନ୍ତି ୩୨୪୩୯୨ ଜଣ। ବର୍ତ୍ତମାନ ରାଜ୍ୟରେ ଆକ୍ଟିଭ କେସ ଅଛି ୨୬୮୮।

ଗତ ୨୪ ଘଣ୍ଟାରେ ରାଜ୍ୟରେ ପୁଣି ୪ ଜଣଙ୍କ ମୁଣ୍ଡ ନେଇଛି ମାରାତ୍ମକ ଭାଇରାସ । ଏହାକୁ ମିଶାଇ ରାଜ୍ୟରେ ମୋଟା କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୮୬୮କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ପରିବାର ଓ  ସ୍ୱାସ୍ଥ୍ୟ କଲ୍ୟାଣ ବିଭାଗ ଟ୍ୱିଟ କରି ସୂଚନା ଦେଇଛି ।

ମୃତକଙ୍କ ମଧ୍ୟରେ ବାଲେଶ୍ୱର, କଳାହାଣ୍ଡି, ଖୋର୍ଦ୍ଧା ଓ ପୁରୀର ଜଣେ ଲେଖାଏଁ ଅଛନ୍ତି ।

 

 

Corona-updates-in-odisha-today-29th-dec
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories