ଚିହ୍ନଟ ହେଲେ ୩୩୪ କରୋନା ରୋଗୀ, ଆଖି ବୁଜିଲେ ୪
ଭୁବନେଶ୍ୱର: ରାଜ୍ୟରେ ପୁଣି ଆଜି ଚିହ୍ନଟ ହୋଇଛନ୍ତି ୩୩୪ କରୋନା ପଜିଟିଭ। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନ୍ରେ ଥିଲେ ୧୯୪ ଏବଂ ଲୋକାଲ କେସ ୧୪୦। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି। ସେହିପରି ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୪ ଜଣ କରୋନା ରୋଗୀ ଆଖି ବୁଜିଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି।
ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୨୮,୨୦୧ ରହିଛି। ଏମାନଙ୍କ ମଧ୍ୟରୁ ୩୨୩୩୭୮ ଜଣ ସୁସ୍ଥ ହୋଇ ଫେରିଥିବାବେଳେ ଆକ୍ଟିଭ କେସ ଅଛି ୨୯୧୩।
ଅଜି ସର୍ବାଧିକ ଆକ୍ରାନ୍ତ ସୁନ୍ଦରଗଡରୁ ଚିହ୍ନଟ ହୋଇଛି। ଏହି ଜିଲ୍ଲାରୁ ୪୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସମ୍ବଲପୁର ଓ ଖୋର୍ଦ୍ଧାରୁ ୩୦ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ବଲାଙ୍ଗୀର ୨୭, ଅନଗୁଳ ୨୩, କଟକ ୨୬, ମୟୂରଭଞ୍ଜରୁ ୨୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୮ ଜିଲ୍ଲାରୁ ଆଜି ସମସ୍ତ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
Covid-19 Report For 25th December
New Positive Cases: 334
In quarantine: 194
Local contacts: 140(Details of local contacts will be shared by concerned District Administration)
District Wise Cases:
1. Angul: 23
2. Balasore: 18
3. Bargarh: 10
4. Bhadrak: 10
5. Balangir: 27— I & PR Department, Odisha (@IPR_Odisha) December 26, 2020
ସେହିପରି ବାଲେଶ୍ୱର, ମୟୂରଭଞ୍ଜ, ସୁନ୍ଦରଗଡ଼ ଓ ଭୁବନେଶ୍ୱରରୁ ଜଣେ ଲେଖାଏ କରୋନା ରୋଗୀ ଆଖି ବୁଜିଛନ୍ତି। ବାଲେଶ୍ୱରରୁ ଜଣେ ୫୮ ବର୍ଷୀୟ ବ୍ୟକ୍ତି ଆଖିବୁଜିଛନ୍ତି । ସେ ହାଇପର ଟେନ୍ସନ୍ରେ ପୀଡିତ ଥିଲେ। ସେହପରି ଭୁବନେଶ୍ୱରରୁ ଜଣେ ୫୫ ବର୍ଷୀୟ ରୋଗୀ ଆଖି ବୁଜିଥିଲେ ଏବଂ ପୂର୍ବରୁ ସେ ଡାଇବେଟିକ୍ରେ ପୀଡିତ ଥିଲେ।
ସେହିପରି ମୟୂରଭଞ୍ଜର ଜଣେ ୫୭ ବର୍ଷର ବ୍ୟକତ୍ କିଡନୀ ରୋଗରେ ପୀଡିତ ଥିବାବେଳେ କରୋନାରେ ଆଖି ବୁଜିଛନ୍ତି।ସେହିପରି ଜଣେ ସୁନ୍ଦରଗଡର ଜଣେ ୭୧ ବର୍ଷୀୟ ବୃଦ୍ଧା ହୃଦ୍ରୋଗରେ ପୀଡିତ ଥିଲେ ଏବଂ କରୋନାରେ ଆଖି ବୁଜିଥିବା ଜଣାଯାଇଛି।
ଏଠି କହିରଖିବୁ, ରାଜ୍ୟରେ କରୋନା ପ୍ରକୋପ ବଢୁଥିବା ଲକ୍ଷ୍ୟ କରାଯାଉଛି। କଟକ ପାଟସୁନ୍ଦରପୁର ପଞ୍ଚାୟତର ନୂଆସାହି ଗାଁକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ଆଜି ସକାଳ ୬ଟାରୁ ଜାନୁଆରୀ ୪ ତାରିଖ ଯାଏଁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛନ୍ତି କଟକ ଉପଜିଲ୍ଲାପାଳ। ଗାଁରୁ କରୋନାରେ ଜଣେ ଆଖିବୁଜିବା ଏବଂ ୧୪ ପଜିଟିଭ ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି।