ଭୟଙ୍କର ହେଉଛି କରୋନା ସ୍ଥିତି, ଆଜି ଚିହ୍ନଟ ହେଲେ ୧୭୦

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟାରେ ଆଜି ରେକର୍ଡ ସଂଖ୍ୟକ ବୃଦ୍ଧି ଘଟିଛି। ଦୀର୍ଘମାସ ପରେ ଆଜି ସଂକ୍ରମିତଙ୍କ ସଂଖ୍ୟା ୧୫୦ ଟିପିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ୧୭୦ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଏମାନଙ୍କ ମଧ୍ୟରୁ ୯୯ ଜଣ କ୍ୱାରେଣ୍ଟିନରେ ଥିବାବେଳେ ୭୧ ଲୋକାଲ କେସ ରହିଛି ବୋଲି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି।

ଗତକାଲି ରାଜ୍ୟରୁ ୧୧୩ ଜଣ କରୋନା ଚିହ୍ନଟ ହୋଇଥିବାବେଳେ ଆଜି ୨୩ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୧୭୦ ନୂଆ ସଂକ୍ରମିତ। ସର୍ବାଧିକ ଆକ୍ରାନ୍ତ ନୂଆପଡାରେ ଠାବ କରାଯାଇଛି। ଏହି ଜିଲ୍ଲାରୁ ୨୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଖୋର୍ଦ୍ଧା ଓ କଟକରୁ ୨୩ ଜଣ ଚିହ୍ନଟ ହୋଇଛନ୍ତି। ଏହା ପଛକୁ ରହିଛି ସୁନ୍ଦରଗଡ଼। ଏଠାରୁ ୨୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଆଜି ଭଦ୍ରକ, ସୋନପୁର, ଗଞ୍ଜାମ, କେନ୍ଦ୍ରାପଡା, ଗଜପତିରୁ ଜଣେ ଲେଖାଏ,  ଅନୁଗୋଳ, କେନ୍ଦୁଝର, କୋରାପୁଟ, ରାୟଗଡା,  ବରଗଡରୁ ୨ ଜଣ ଲେଖାଏ, ଦେବଗଡରୁ ୩, ଯାଜପୁର, ପୁରୀରୁ ୪ ଜଣ ଲେଖାଏ, ବଲାଙ୍ଗିରରୁ ୫,  ଝାରସୁଗୁଡା, ସମ୍ବଲପୁର, ବାଲେଶ୍ୱରରୁ ୭ଜଣ ଲେଖାଏ, ମୟୂରଭଞ୍ଜ, କଳାହାଣ୍ଡିରୁ ୮ ଜଣ ଲେଖାଏ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଷ୍ଟେଟ ପୁଲ୍‌ରୁ ୬ ଜଣ ଚିହ୍ନଟ ହୋଇଛନ୍ତି।

ତେବେ ସବୁଠାରୁ ଚିନ୍ତାର ବିଷୟ, ଗତକାଳି ନୂଆପଡାରୁ ମାତ୍ର ୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଆଜି ଚିହ୍ନଟ ହୋଇଛନ୍ତି ୨୭ ଜଣ। ହୁ ହୁ ହୋଇ ବଢୁଥିବା କରୋନା ସ୍ଥିତିକୁ ଦେଖିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି।

ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୯,୨୪୬କୁ ଛୁଇଁଛି। କରୋନାରୁ ମୁକ୍ତ ହୋଇଛନ୍ତି ୩୩୬୨୬୬ ଏବଂ ଆକ୍ଟିଭ କେସ ୧୦୦୮ ରହିଛି।

 

 

 

You might also like