ରାଜ୍ୟରେ ଚିହ୍ନଟ ହେଲେ ୩୬୪ କରୋନା ରୋଗୀ, ଆଖି ବୁଜିଲେ ୩
ଭୁବନେଶ୍ୱର: ଗୋଟିଏ ଦିନ ତଳମୁହାଁ ହେବା ପରେ କରୋନା ଗ୍ରାଫ ପୁଣି ଆଜି ଉପରକୁ ଉଠିଛି। ଗୋଟିଏ ଦିନରେ ୨୫ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୩୬୪ କରୋନା ଆକ୍ରାନ୍ତ। ଏମାନଙ୍କ ମଧ୍ୟରୁ ୨୧୦ ଜଣ କ୍ୱାରେଣ୍ଟିନରୁ ହୋଇଥିବାବେଳେ ୧୫୪ ଲୋକାଲ କେସ ରହିଛି । ଏ ସମ୍ପର୍କରେ ଆଜି ସୂଚନା ଦେଇଛି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭଗ। ସେହିପରି ତିନି ଜିଲ୍ଲାରୁ ଆଖି ବୁଜିଛନ୍ତି ୩ ଜଣ।
ଜିଲ୍ଲା ସହିତ ଷ୍ଟେଟ୍ ପୁଲ୍ରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୬୪ ଜଣ ଚିହ୍ନଟ ହୋଇଛନ୍ତି। ଏହା ତଳକୁ ରହିଛି ଖୋର୍ଦ୍ଧା ଜିଲ୍ଲା। ଏହି ଜିଲ୍ଲାରୁ ୪୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି କଟକରୁ ୨୧, ବଲାଙ୍ଗୀରୁ ୨୨, ମୟୂରଭଞ୍ଜର ୫୬, ଅନୁଗୋଳରୁ ୨୫ ଜଣ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଏହାକୁ ମିଶାଇ ରାଜ୍ୟରେ କରୋନା ପଜିଟିଭ ସଂଖ୍ୟା ୩,୨୭,୨୭୯ ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩,୨୩,୪୪୪ ଜଣ। ବର୍ତ୍ତମାନ ରାଜ୍ୟରେ ଆକ୍ଟିଭ କେସ ୩୦୩୬ ଜଣ ଅଛନ୍ତି।
ଷ୍ଟେଟ୍ ପୁଲ୍ରୁ ୧୦ ଜଣ ଚିହ୍ନଟ ହୋଇଥିବା ବେଳେ ଦେବଗଡ଼ରୁ , ଢେଙ୍କାନାଳ, କନ୍ଧମାଳରେ, ମାଲକାନଗିରି ଆଦି ୪ ଜିଲ୍ଲାରୁ ଜଣେ ବି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି।
ସେହିପରି ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୩ ଜଣ ଆଖି ବୁଜିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୮୪୬ରେ ପହଞ୍ଚିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି । ମୃତକଙ୍କ ମଧ୍ୟରେ ବାଲେଶ୍ୱରରୁ ଜଣେ, ଖୋର୍ଦ୍ଧାରୁ ଜଣେ ଓ ସୁନ୍ଦରଗଡରୁ ଜଣେ ଅଛନ୍ତି ।
ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୮୪୬ରେ ପହଞ୍ଚିଛି ।
Covid-19 Report For 22nd December
New Positive Cases: 364
In quarantine: 210
Local contacts: 154(Details of local contacts will be shared by concerned District Administration)
District Wise Cases:
1. Angul: 25
2. Balasore: 12
3. Bargarh: 16
4. Bhadrak: 13
5. Balangir: 22— I & PR Department, Odisha (@IPR_Odisha) December 23, 2020