ଆଜି ବି ୧୦୦ରୁ ଅଧିକ କରୋନା ରୋଗୀ ଚିହ୍ନଟ

ଭୁବନେଶ୍ୱର: ଆଜି ରାଜ୍ୟରେ ପୁଣି ୧୦୦ରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଗତକାଲି ତୁଳନାରେ ଆଜି   ଚିହ୍ନଟଙ୍କ ସଂଖ୍ୟା ସାମାନ୍ୟ କମ ରହିଛି। ଗତକାଲି ୧୪୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଆଜି ରାଜ୍ୟର ଚିହ୍ନଟ ହୋଇଛନ୍ତି ୧୧୩ ଜଣ ନୂଆ ଆକ୍ରନ୍ତ। ଏମାନଙ୍କ ମଧ୍ୟରୁ ୬୭ କ୍ୱାରେଣ୍ଟିନ ସେଣ୍ଟରରୁ ହୋଇଥିବାବେଳେ ଲୋକାଲ କଣ୍ଟାକ୍ଟ ୪୬ ରହିଛି। ଏ ନେଇ ସୂଚନା ଦେଇଛି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ।

ଆଜି ସର୍ବାଧିକ ରୋଗୀ ଚହ୍ନଟ ହୋଇଛନ୍ତି ସୁନ୍ଦରଗଡରୁ । ୧୯ଟି ଜିଲ୍ଲାରୁ ଚିହ୍ନଟ ୧୧୩ ରୋଗୀଙ୍କ ମଧ୍ୟରୁ କେବଳ ସୁନ୍ଦରଗଡ ଜିଲ୍ଲାରୁ ୨୦ ଜଣ ଚିହ୍ନଟ ହୋଇଛନ୍ତି। ଏହା ପଛରେ ଅଛି କଟକ। କଟକରୁ ୧୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି ୧୪ ଜଣ।

ରାୟଗଡ଼ା, କୋରାପୁଟ, ଅନୁଗୁଳ , ଢେଙ୍କାନାଳ, ଗଜପତି, ଭଦ୍ରକ, ବୌଦ୍ଧରୁ  ଜଣେ ଲେଖାଏ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ, କେନ୍ଦୁଝର, ବାଲେଶ୍ୱରରୁ ୨,  କେନ୍ଦ୍ରାପଡ଼ା, ସମ୍ବଲପୁର, ବଲାଙ୍ଗିରରୁ ୩ ଜଣ ଲେଖାଏ, ଜାଜପୁର, ଝାରସୁଗୁଡା, ନୂଆପଡ଼ାରୁ ୪ ଜଣ ଲେଖାଏ,  ଜଗତ୍‌ସିଂହପୁରରୁ ୫,    କଳାହାଣ୍ଡିରୁ ୭, ମୟୂରଭଞ୍ଜରୁ ୧୧  ଜଣ ଏବଂ ଷ୍ଟେଟ ପୁଲ୍‌ରୁ ୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩, ୩୯,୦୭୬ ଥିବାବେଳେ ରୋଗରୁ ମୁକ୍ତ ହୋଇ ଫେରିଛନ୍ତି ୩,୩୬,୨୦୬ ଜଣ। ବର୍ତ୍ତମାନ ରାଜ୍ୟରେ ଆକ୍ଟିଭ କେସ୍‌ ୮୯୮ ଅଛି।

ସୂଚନାଥାଉ କି, କଟକ ପରେ  ଭୁବନେଶ୍ୱରରେ ଚିନ୍ତା ବଢ଼ାଇଛି କରୋନାରାଜଧାନୀ ଭୁବନେଶ୍ୱର ସ୍ଥିତ ଘରୋଇ ଶିକ୍ଷାନୁଷ୍ଠାନ XIMBରୁ ୪୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ଭୁବନେଶ୍ୱର ମ୍ୟୁନିସିପାଲ୍‌ କର୍ପୋରେସନ୍‌(BMC) ଶିକ୍ଷାନୁଷ୍ଠାନକୁ ସିଲ୍‌ କରିଛି। ଅନ୍ୟପକ୍ଷେ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ କରୋନା ସଂକ୍ରମଣ ବୃଦ୍ଧିକୁ ଦେଖି ମାଲକାନଗିରିରେ ନାଇଟ୍ ମାଲକାନଗିରି ଲାଗି ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ। ଆଜିଠୁ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ପୁରା ଜିଲ୍ଲାରେ ନାଇଟ ମାଲକାନଗିରି ଘୋଷଣା କରାଯାଇଛି।

You might also like