ଚିହ୍ନଟ ହେଲେ ୩୬୩ କରୋନା ରୋଗୀ, ସୁନ୍ଦରଗଡ, ଖୋର୍ଦ୍ଧାରେ ସର୍ବାଧିକ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୬୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୭ଟି ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଥିବାବେଳେ କ୍ୱାରେଣ୍ଟିନ ସେଣ୍ଟରରୁ ୨୦୮ ଜଣ ଚିହ୍ନଟ ହୋଇଛନ୍ତି। ଅନ୍ୟ ୧୫୫ ଲୋକାଲ କେସ୍ ଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ କୁହାଯାଇଛି।

ଗତକାଲ ଅନଗୁଳରୁ ସର୍ବାଧିକ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ଆଜି ଏଠାରେ ସଂକ୍ରମିତଙ୍କ ସଂଖ୍ୟା କମିଛି। ଆଜି ଏଠାରୁ ମାତ୍ର ୨୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆଜି ଖୋଦ୍ଧା ଓ ସୁନ୍ଦରଗଡରୁ ସର୍ବାଧିକ ରୋଗୀ ବାହାରିଛନ୍ତି। ଏହି ଦୁଇ ଜିଲ୍ଲାରୁ ୫୦ ଲେଖାଏ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି ସମ୍ବଲପୁରରୁ ୩୫, ପୁରୀରୁ ୨୭, କଟକରୁ ୨୨, ବାଲେଶ୍ୱରରୁ ୨୦ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ଅନ୍ୟ ସବୁ ଜିଲ୍ଲାରୁ ଚିହ୍ନଟ ରୋଗୀ ସଂଖ୍ୟା ୨୦ ତଳେ ରହିଛି।

ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୨୬,୫୯୬ ଥିବାବେଳେ ସୁସ୍ଥ ହୋଇଥିବାବେଳେ ୩,୨୧,୬୪୭ ସୁସ୍ଥ ହୋଇ ଫେରିଛନ୍ତି। ବର୍ତ୍ତମାନ ଆକ୍ଟିଭ କେସ ଅଛି ୩୦୫୭।

You might also like