୨୪ ଘଣ୍ଟାରେ ଚିହ୍ନଟ ହେଲେ ୩୫୮ କରୋନା ରୋଗୀ, ଆଖି ବୁଜିଲେ ୪
ଭୁବନେଶ୍ୱର: ରାଜ୍ୟରେ ୨୪ ଘଣ୍ଟାରେ ୨୭ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୩୫୮ କରୋନା ଆକ୍ରାନ୍ତ। ଏମାନଙ୍କ ମଧ୍ୟରୁ ୨୦୮ କ୍ୱାରେଣ୍ଟିନ ସେଣ୍ଟରର ଥିବାବେଳେ ଲୋକାଲ କଣ୍ଟାକ୍ଟସ ଅଛି ୧୫୦। ସେହିପରି ୨୪ ଘଣ୍ଟାରେ ୪ ଜଣ ରୋଗୀ ଆଖି ବୁଜିଛନ୍ତି।
ଆଜି ଅନୁଗୁଳ ଜିଲ୍ଲାରେ ସର୍ବାଧିକ ୫୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି ୩୬ ଜଣ କରୋନା ରୋଗୀ। ଏହା ପଛକୁ ବାଲେଶ୍ୱରରୁ ୩୫, ସୁନ୍ଦରଗଡରୁ ୨୯, କଟକରୁ ୨୮, ନୂଆପଡାରୁ ୨୬, ସମ୍ବଲପୁରରୁ ୨୧ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।
ଏହାକୁ ମିଶାଇ ରାଜ୍ୟରେ ୩,୨୫,୫୦୫ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩୨୦୫୮୪ ଜଣ। ବର୍ତ୍ତମାନ ରାଜ୍ୟରେ ଆକ୍ଟିଭ କେସ ରହିଛି ୩୦୨୯।
Covid-19 Report For 17th December
New Positive Cases: 358
In quarantine: 208
Local contacts: 150(Details of local contacts will be shared by concerned District Administration)
District Wise Cases:
1. Angul: 52
2. Balasore: 35
3. Bargarh: 7
4. Bhadrak: 1
5. Balangir: 13— I & PR Department, Odisha (@IPR_Odisha) December 18, 2020
ଜିଲ୍ଲାରେ ଗତ ୨୪ ଘଣ୍ଟାରେ ୪ ଜଣ କରୋନ ରୋଗୀ ଆଖି ବୁଜିଛନ୍ତି। ମୃତକ ୪ ଜଣ ହେଲେ ପୁରୀ, ଜଗତ୍ସିଂହପୁର, କେନ୍ଦ୍ରାପଡା ଓ ଭୁବନେଶ୍ୱରର ବୋଲି ଜଣାପଡ଼ିଛି।
Regret to inform the demise of four numbers of Covid positive patients while under treatment in hospitals.
1.A 63-year-old male of Bhubaneswar who was also suffering from Chronic obstructive pulmonary disease, Hypothyroidism & Chronic Kidney Disease.
— H & FW Dept Odisha (@HFWOdisha) December 18, 2020