ପୁଣି ବଢିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଚିହ୍ନଟ ହେଲେ ୪୦୭, ଆଖି ବୁଜିଲେ ୫
ଭୁବନେଶ୍ୱର: ରାଜ୍ୟରେ ପୁଣି ବଢିଛି କରୋନା ରୋଗୀଙ୍କ ସଂଖ୍ୟା। ଗତ ୨୪ ଘଣ୍ଟାରେ ୨୬ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୪୦୭ କରୋନା ଆକ୍ରାନ୍ତ। ଏମାନଙ୍କ ମଧ୍ୟରୁ ୨୩୬ କ୍ୱାରେଣ୍ଟିନ କେସଥିବାବେଳେ ୧୭୧ ଲୋକାଲ କେସ ରହିଛି ସେହିପରି ଗୋଟିଏ ଦିନରେ ଆଖି ବୁଜିଛନ୍ତି ୫ କରୋନା ରୋଗୀ।
ଆଜି ସୁନ୍ଦରଗଡରୁ ସର୍ବାଧିକ ୬୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଅନଗୁଳରୁ ଚିହ୍ନଟ ହୋଇଛନ୍ତି ୬୦ କରୋନା ଆକ୍ରାନ୍ତ। ଏହା ପଛରେ ରହିଛି ଖୋର୍ଦ୍ଧା। ଖୋର୍ଦ୍ଧାରୁ ଚିହ୍ନଟ ହେଲ ୪୬ କରୋନା ସଂକ୍ରମିତ। ସମ୍ବଲପୁରରୁ ୨୬, କଟକରୁ ୨୫, ମୟୂରଭଞ୍ଜର ୨୪, ବଲାଙ୍ଗୀରରୁ ୨୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଅନ୍ୟ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୦ ତଳେ ରହିଛି।
Covid-19 Report For 15th December
New Positive Cases: 407
In quarantine: 236
Local contacts: 171(Details of local contacts will be shared by concerned District Administration)
District Wise Cases:
1. Angul: 60
2. Balasore: 14
3. Bargarh: 17
4. Bhadrak: 4
5. Balangir: 20— I & PR Department, Odisha (@IPR_Odisha) December 16, 2020
ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା୩,୨୪,୭୯୬ ଥିବାବେଳେ ସୁସ୍ଥ ହୋଇ ଫେରିଛନ୍ତି ୩,୧୯,୮୫୦। ଆକ୍ଟିଭ କେସ ରହିଛି ୩୦୭୩।
ଆଜି ୫ ଜଣ ମୃତକ ଅନୁଗୁଳ, ବାଲେଶ୍ୱର, ବଲାଙ୍ଗୀର, କଟକ, ସୁନ୍ଦରଗଡରୁ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୧,୮୨୦ରେ ପହଞ୍ଚିଛି।
Regret to inform the demise of five numbers of Covid positive patients while under treatment in hospitals.
1.A 57-year-old female of Angul district.
2.A 65-year-old male of Balasore district who was also suffering from Hypertension.
— H & FW Dept Odisha (@HFWOdisha) December 16, 2020
s: 171