ରାଜ୍ୟରେ ୨୦୦ ତଳକୁ ଖସିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର:ଲଗାତାର ୧୦ ଦିନ ଧରି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦୦ରୁ ଉପରକୁ ଥିବାବେଳେ ଆଜି ହ୍ରାସ ପାଇଛି। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ ଆଜି ଓଡ଼ିଶାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୦୦ ତଳେ ରହିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ  ୨୬ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୧୮୬ କରୋନା ସଂକ୍ରମିତ। ସେମାନଙ୍କ ମଧ୍ୟରୁ ୧୦୮ ଜଣ କ୍ୱାରେଣ୍ଟିନ ସେଣ୍ଟରରୁ ହୋଇଥିବାବେଳେ ଲୋକାଲ କେସ ରହିଛି ୭୮।

ଏହାକୁ  ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୨,୯୪୯ରେ ପହଞ୍ଚିଯାଇଛି। ସେମାନଙ୍କ ମଧ୍ୟରୁ ୩,୨୮,୮୩୨ ଜଣ ସୁସ୍ଥ ହୋଇସାରିଛନ୍ତି। ୨,୧୬୬ ଜଣ ଚିକିତ୍ସାଧୀନ ଅଛନ୍ତି।

କରୋନାରେ ଆଉ ୨ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୮୯୮ରେ ପହଞ୍ଚିଛି।

ଆଜି ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୩୫ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ  ଅନୁଗୋଳରୁ ୧୮, ବାଲେଶ୍ୱରରୁ ୧୧, ବରଗଡରୁ ୧୫, ବଲାଙ୍ଗୀରରୁ ୮, ବୌଦ୍ଧ ୨, କଟକ ୧୪,  ଦେବଗଡ଼ରୁ ଜଣେ, ଗଜପତିରୁ ୨, ଗଞ୍ଜାମରୁ ଜଣେ, ଜଗତସିଂହପୁରରୁ ଜଣେ, ଯାଜପୁରରୁ ୮, ଝାରସୁଗୁଡ଼ାରୁ ୩, କଳାହାଣ୍ଡିରୁ ଜଣେ, କେନ୍ଦ୍ରାପଡ଼ାରୁ ୩, କେନ୍ଦୁଝରରୁ ୨, ଖୋର୍ଦ୍ଧାରୁ ୭, କୋରାପୁଟରୁ ୧, ମୟୂରଭଞ୍ଜରୁ ୫, ନବରଙ୍ଗପୁରରୁ ୨, ନୟାଗଡ଼ରୁ ୨, ନୂଆପଡ଼ାରୁ ୪, ପୁରୀରୁ ୧୪, ରାୟଗଡ଼ାରୁ ଜଣେ, ସମ୍ବଲପୁରରୁ ୨୦ ଓ ସୋନପୁରରୁ ୪ ଜଣ ଚିହ୍ନଟ ହୋଇଛନ୍ତି।

You might also like